ତାଲିବାନର କଡ଼ା ଚେତାବନୀ,କାହାକୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ…

କାବୁଲ,୨୫।୮: ଆଫଗାନିସ୍ତାନକୁ ୨୦ ବର୍ଷ ପରେ ତାଲିବାନ ପୁନର୍ବାର ନିଜ ଦଖଲ ନେଇଛି। ତାଲିବାନ ୧୫ ଅଗଷ୍ଟରେ ନେକାବୁଲକୁ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ। ଜୀବନ ଭୟରେ ଏବେ ସାଧାରଣ ଲୋକେ ଯେ କୌଣସି ମୂଲ୍ୟରେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଶ ଛାଡିଛନ୍ତି, କିନ୍ତୁ ଏବେ ତାଲିବାନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ।
ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଆଫଗାନିସ୍ତାନ ନାଗରିକ ଦେଶ ଛାଡି ପାରିବେ ନାହିଁ। ତେବେ ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିପାରିବେ। ତେଣୁ ବିମାନ ବନ୍ଦରକୁ ଯାଉଥିବା ରାସ୍ତାକୁ ଅବରୋଧ କରାଯାଇ ଥିବା ସେ କହିଛନ୍ତି। ଆଫଗାନିସ୍ତାନୀମାନେ ସେହି ରାସ୍ତା ଦେଇ ବିମାନବନ୍ଦରକୁ ଯାଇପାରିବ ନାହିଁ। ଅପରପକ୍ଷରେ ବିଦେଶୀ ନାଗରିକଙ୍କୁ ବିମାନବନ୍ଦରକୁ ଯିବାକୁ ଅନୁମତି ଦିଆଯିବ। ଜାବୁଲ୍ଲା କହିଛନ୍ତି ଯେ ଅତୀତରେ ଦେଶ ଛାଡିଥିବା ସମସ୍ତ ଆଫଗାନିସ୍ତାନ ନାଗରିକମାନେ ନିଜ ଦେଶକୁ ଫେରି ଆସିବା ଉଚିତ। ଆମେ ଆଉ ଆଫଗାନିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେବୁ ନାହିଁ, ଏନେଇ ଆମେ ମଧ୍ୟ ଖୁସି ନୁହଁ ବୋଲି ସେ କହିଛନ୍ତି। ଆଫଗାନିସ୍ତାନର ଡାକ୍ତର ଏବଂ ଶିକ୍ଷାବିତ୍‌ମାନେ ଦେଶ ଛାଡିବା ଅନୁଚିତ। ସେମାନେ ନିଜ ଦେଶରେ କାମ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ଇତିମଧ୍ୟରେ କାବୁଲରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ ଆମେରିକୀୟ ନାଗରିକ, ନାଟୋ କର୍ମଚାରୀ ଏବଂ ଆଫଗାନିସ୍ତାନ ନାଗରିକ ଅନ୍ତର୍ଭୁକ୍ତ। ତାଲିବାନର ଏହି ବିବୃତ୍ତି ଉପରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ ଏହା ଆଫଗାନିସ୍ତାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମେରିକା ଏହାକୁ ପ୍ରାଥମିକତା ଦେଇଛି। ସେ କହିଛନ୍ତି ଯେ ତାଲିବାନକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ଏଭଳି ଲୋକଙ୍କୁ ବିମାନବନ୍ଦରରେ ପହଞ୍ଚିବାରେ କୌଣସି ବାଧା ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri