ପାକିସ୍ତାନ ଉପରେ ତାଲିବାନର କାଉଣ୍ଟର ଆଟାକ୍‌

କାବୁଲ,୨୮।୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି। ଆଫଗାନିସ୍ତାନ ଉପରେ ପାକିସ୍ତାନ କ୍ରମାଗତ ଭାବେ ଏୟାର ଷ୍ଟ୍ରାଇକ କରୁଛି, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି ।
ଏହି ସମୟରେ ୧୫ହଜାର ତାଲିବାନ ସଂଗ୍ରାମୀ ପାକିସ୍ତାନ ଆଡକୁ ଯାଉଛନ୍ତି। ତାଲିବାନ ଯୁଦ୍ଧବିମାନର ମୁକାବିଲା ପାଇଁ ପାକିସ୍ଥାନ ସେନା ଏବଂ ବାୟୁସେନା ପେଶୱାର ଏବଂ କ୍ୱେଟାରେ ସେନା ମୁତୟନ କରିଛନ୍ତି।

ପାକିସ୍ତାନୀ ସେନାର କିଛି ସୌନ୍ୟ ଆଫଗାନିସ୍ତାନ ସୀମାରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ତାଲିବାନ ସଂଗ୍ରାମୀ ମୀର ଅଲି ସୀମାରେ ପହଞ୍ଚିଛନ୍ତି।
ଶନିବାର ଆଫଗାନିସ୍ତାନର ତାଲିବାନ ବାହିନୀ ପାକିସ୍ତାନ ସୀମା ନିକଟରେ ଗୁଳି ଚଳାଇଥିଲା। ଏଥି ସହ ତାଲିବାନ ଯୁଦ୍ଧବିମାନ ପାକିସ୍ତାନର ଦୁଇଟି ପୋଷ୍ଟକୁ ନଷ୍ଟ କରି ଦେଇଥିବା ସୂଚନା ସାମ୍ନାକୁ ଆସିଛି। ଏଥିସହ ଅନେକ ସୈନିକଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି।
ଅଲ ଜଜିରା ଅନୁଯାୟୀ ଆଫଗାନିସ୍ତାନ ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନଙ୍କ ଦ୍ୱାରା ଅଙ୍କାଯାଇଥିବା ପାକିସ୍ଥାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ଆଫଗାନିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ତାଲିବାନ ଏହାକୁ ସୀମାର ଉଭୟ ପାର୍ଶ୍ୱରେ ପାଶ୍ଟୁନ ମଧ୍ୟରେ ଏକ ବିଭାଜନ ରେଖା ଭାବରେ ଦେଖୁଛି।
ତେବେ ତାଲିବାନ ମୁଖପାତ୍ର ଇନାୟତୁଲ୍ଲା ଖୋୱାରାଜମୀ କହିଛନ୍ତି, ‘ଆମେ ଏହାକୁ ପାକିସ୍ତାନର ଅଞ୍ଚଳ ବୋଲି ଭାବୁନାହୁଁ। ଖୋଷ୍ଟ ଏବଂ ପାକ୍ଟିଆ ପ୍ରଦେଶ ସୀମାରେ ଶନିବାର ସକାଳେ ସଂଘର୍ଷ ଜାରି ରହିଛି।
ପାକିସ୍ତାନ ସହିତ ଆଫଗାନିସ୍ତାନର ଏକ ଜଟିଳ ଇତିହାସ ରହିଛି। ଆଫଗାନିସ୍ତାନରେ ତାଲିବାନ ପ୍ରତିଷ୍ଠା କରିବାରେ ପାକିସ୍ତାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେବେ ତାଲିବାନ କେବଳ ପାକିସ୍ତାନ ଉପରେ ନଜର ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri