ପଲଟିଗଲା ତାଲିବାନ! ହାତ ମିଳାଇ କଲା ବଡ଼ ଘୋଷଣା…

କାବୁଲ/ବେଜିଂ,୨୩।୫: ଆଫଗାନିସ୍ତାନର ତାଲିବାନ ସରକାର ଚାଇନାକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କୌଣସି ଶକ୍ତିକୁ ଆଫଗାନ ଭୂମି ବ୍ୟବହାର କରି ଚାଇନା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବାକୁ ଅନୁମତି ଦେବେ ନାହିଁ। ଆଫଗାନିସ୍ତାନର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତ୍ତାକି ବେଜିଂରେ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇଙ୍କ ସହ ଏକ ବୈଠକରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ମୁତ୍ତାକି କହିଛନ୍ତି ଯେ ଆଫଗାନିସ୍ତାନ ଚାଇନା ସୁରକ୍ଷା ଚିନ୍ତାକୁ ଗୁରୁତ୍ୱ ଦେଇଥାଏ ଏବଂ ଚାଇନାକୁ କ୍ଷତି ପହଞ୍ଚିବା ଭଳି ଆଫଗାନ କିଛି କରିବ ନାହିଁ।

ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ଚୀନ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତ୍ରିପାକ୍ଷିକ ବୈଠକରେ ଅର୍ଥନୈତିକ ଓ ସୁରକ୍ଷା ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ବୈଠକରେ ଚୀନର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆର୍‌ଆଇ) ଏବଂ ଚାଇନା-ପାକିସ୍ତାନ ଇକୋନୋମିକ କରିଡର (ସିପିଇସି)କୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତାର କରିବା ନେଇ ସହମତି ହୋଇଛି।

ଚୀନ, ୨୦୨୧ରେ ତାଲିବାନ କାବୁଲ ଅଧିକାର କରିବା ପରେ ତାଲିବାନ ସରକାର ସହିତ କୂଟନୈତିକ ସମ୍ପର୍କ ଜାରି ରଖିଥିବା ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ଆଫଗାନିସ୍ତାନର ୱାଖାନ କରିଡର ଚୀନର ସିଙ୍କିଆଙ୍ଗ ପ୍ରଦେଶ ସହିତ ସଂଯୋଗ କରୁଥିବାରୁ ଚୀନ ଏହି ଅଞ୍ଚଳରେ ସୁରକ୍ଷାକୁ ଗୁରୁତ୍ୱ ଦେଇଛି। ଚୀନ ସିଙ୍କିଆଙ୍ଗରେ ଇଷ୍ଟ ତୁର୍କିସ୍ତାନ ଇସ୍ଲାମିକ ମୁଭମେଣ୍ଟ (ଇଟିଆଇଏମ) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯାହାର ଇସ୍ଲାମିକ ଷ୍ଟେଟ ଓ ଆଲ-କାଇଦା ସହିତ ସମ୍ପର୍କ ଥିବା ଅଭିଯୋଗ ରହିଛି।

ମୁତ୍ତାକି ଚୀନ ସହିତ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି, ହିଂସାତ୍ମକ ଅପରାଧ ନିୟନ୍ତ୍ରଣ ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ଚୀନର ସୱାର୍ଥ ସୁରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଚୀନର ଆଞ୍ଚଳିକ ପ୍ରଭାବ ବୃଦ୍ଧି ଓ ଆଫଗାନିସ୍ତାନ ସହିତ ଅର୍ଥନୈତିକ ଏବଂ କୂଟନୈତିକ ସମ୍ପର୍କ ଗଭୀର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଏହି ପ୍ରତିଶ୍ରୁତି ଦୁଇ ଦେଶ ମଧ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ସହଯୋଗକୁ ସୂଚାଇଥାଏ, ଯେଉଁଠାରେ ଚୀନ ଆଫଗାନିସ୍ତାନରେ ନିବେଶ ଓ ଅବସଂରଚନା ବିକାଶ ପାଇଁ ସକ୍ରିୟ ଭୂମିକା ଗ୍ରହଣ କରୁଛି। ତାଲିବାନର ଏହି ନିଷ୍ପତ୍ତି ଆଞ୍ଚଳିକ ସ୍ଥିରତା ଓ ଚୀନର ସହଯୋଗରେ ଆଫଗାନିସ୍ତାନର ଅର୍ଥନୈତିକ ପୁନରୁଦ୍ଧାରକୁ ଆହୁରି ଶକ୍ତିଶାଳୀ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri