ପାକିସ୍ତାନକୁ ତାଲିବାନର ପରାମର୍ଶ ଟିଟିପି ସହିତ ଶାନ୍ତିବାର୍ତ୍ତା ଜାରି ରହୁ…

ଇସଲାମାବାଦ,୨୨।୭ : ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ସରକାରଙ୍କୁ ଆଉ ଏକ ରାଉଣ୍ଡ ଆଲୋଚନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। କାବୁଲର ଜଣେ ବରିଷ୍ଠ ନେତା ଇସଲାମାବାଦକୁ କହିଛନ୍ତି ଏହା ଯୁଦ୍ଧ ଅପେକ୍ଷା ଶାନ୍ତି ପସନ୍ଦ କରିବା ଉଚିତ। ଶନିବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ଘଟଣା ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଉପରେ କଟକଣା ଲଗାଇବା ପାଇଁ ପାକିସ୍ତାନର ସର୍ବଶେଷ ଉଦ୍ୟମ କାବୁଲର ବିନା ଅନୁମତିରେ ଆଗକୁ ବଢ଼ିପାରିବ ନାହିଁ।

ପାକିସ୍ତାନ ଚଳିତ ସପ୍ତାହରେ କାବୁଲକୁ ନିଜର ସ୍ବତନ୍ତ୍ର ଦୂତଙ୍କୁ ତିନି ଦିନିଆ ଗସ୍ତରେ ପଠାଇ ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛି ଦେଶରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ହୋଇଥିବା ଆଫଗାନିସ୍ତାନର ତାଲିବାନ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଟିଟିପି ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପଡିବ। ତାଙ୍କ ଗସ୍ତ ସମୟରେ ରାଷ୍ଟ୍ରଦୂତ ଆସାଦ ଦୁରାନି ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ମୌଲଭି ଅବଦୁଲ କବୀର, କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୌଲଭି ଆମୀର ଖାନ ମୁତାକିଙ୍କୁ ଭେଟିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିନ୍ତୁ ଆଫଗାନିସ୍ତାନ ତାଲିବାନ ତାଙ୍କୁ ଅନେକ ବୈଠକ ପରେ କହିଥିଲେ ପାକିସ୍ତାନ ବଳ ପ୍ରୟୋଗ କରିବା ପରିବର୍ତ୍ତେ ଶାନ୍ତିର ରାସ୍ତା ଆପଣେଇବା ଉଚିତ। ବନ୍ଦ ଦ୍ୱାର ଆଲୋଚନା ସହ ପରିଚିତ ସରକାରୀ ସୂତ୍ର ଗଣମାଧ୍ୟମକୁ କହିଛି ଆଫଗାନିସ୍ତାନ ତାଲିବାନ ନେତୃତ୍ୱକୁ ସ୍ପଷ୍ଟ ଭାବରେ କୁହାଯାଇଛି ଟିଟିପି ମୁହାଁମୁହିଁ ହେବା ସହ ପାକିସ୍ତାନର ସହିବା ସୀମା ପାର ହୋଇଛି।

ଏହି ପ୍ରସଙ୍ଗରେ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବାଲୋଚ ମଧ୍ୟ ଆତଙ୍କବାଦ ପ୍ରସଙ୍ଗ ପାକିସ୍ତାନ ପାଇଁ ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି। ଆମେ ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କ ସହ ଅନେକ ଥର ଏବଂ ପାକିସ୍ତାନ ଆଫଗାନିସ୍ତାନ ମଧ୍ୟବର୍ତ୍ତୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଘଟୁଥିବା ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତାରେ ଏହି ପ୍ରସଙ୍ଗ ଉଠାଇଛୁ। ଆଫଗାନିସ୍ତାନ ଅଧିକାରୀଙ୍କ ସହ ରାଷ୍ଟ୍ରଦୂତ ଦୁରାନି ସୀମା ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି କି ନାହିଁ ବୋଲି ପଚରାଯିବାରୁ ସେ କହିଛନ୍ତି ଆଫଗାନିସ୍ତାନ ମାଟିରୁ ଆତଙ୍କବାଦ ବିପଦକୁ ନେଇ ଆମେ ଆଲୋଚନା କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri