ବଳରାମ ମନ୍ଦିରରେ ସ୍ଥାନିତ ହେଲା ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୭।୨(ରତନ ନାୟାର): ପୁରୀରୁ ଆସି ଢେଙ୍କାନାଳରେ ପହଞ୍ଚିଥିବା ମହାପ୍ରଭୁ ଶ୍ରୀଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଚକ ଏବଂ ଏକ ମୂର୍ତ୍ତି ଗୁଜ ମଙ୍ଗଳବାର ରାତି ୯ଟାରେ ସହରସ୍ଥିତ ବଳରାମ ମନ୍ଦିରରେ ସ୍ଥାନିତ ହୋଇଛି। ଯୁବରାଜ ଅମରଜ୍ୟୋତି ସିଂହଦେଓ ଏହାକୁ ପୂଜାର୍ଚ୍ଚନା କରିବା ପରେ ରଥ ଚକକୁ ମନ୍ଦିର ପରିସରରେ ସ୍ଥାନିତ କରାଯାଇଥିଲା।
ପ୍ରକାଶ ଯେ, ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ୨୦୨୦ ମସିହାରେ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଲାଗିଥିବା ଏକ ଚକକୁ ଢେଙ୍କାନାଳକୁ ଅଣାଯାଇଛି। ପୁରୀରୁ ଅପରାହ୍ନ ୨ଟାରେ ଏହି ଚକକୁ ନେଇ ଏକ ସୁସଜ୍ଜିତ ଟ୍ରକ୍‌ ଢେଙ୍କାନାଳ ଅଭିମୁଖେ ଆସିଥିଲା। ଅପରାହ୍ନ ୫ଟାରେ ତାଳଧ୍ୱଜ ରଥ ଚକ ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍‌ ଛକଠାରେ ପହଞ୍ଚିବା ପରେ ଏହାକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ବହୁ ସଂଖ୍ୟକ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ପରିବେଷଣ କରିଥିଲେ। ଘଟଣାସ୍ଥଳରେ ଜିଲାପାଳ ମନୋରଞ୍ଜନ ମଲ୍ଲିକ, ଜିଲା ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଳ ଉପଜିଲାପାଳ ସପନ କୁମାର ନନ୍ଦ, ଯୁବରାଜ ଅମରଜ୍ୟୋତି ସିଂହଦେଓ, ପୌର ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ତାଳଧ୍ୱଜ ରଥ ଚକକୁ ସ୍ବାଗତ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ପୁରୀରୁ ରଥଚକ ସହ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ, ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ର, ନାଟ୍ୟକାର ଶତ୍ରୁଘ୍ନ ମାଟି, ସାମାଜିକ କର୍ମୀ ରାଜ କିଶୋର ବେହେରା ପ୍ରମୁଖ ଆସିଥିଲେ। କଲେଜ ବାଇପାସ ଠାରୁ ତାଳଧ୍ୱଜ ରଥ ଚକକୁ ବିରାଟ ଶୋଭାଯାତ୍ରାରେ କୁଞ୍ଜକାନ୍ତ ଓ ଗୁଡିଆନାଳୀ ଛକଦେଇ ବସ୍‌ଷ୍ଟାଣ୍ଡ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଦେଇ ମହାବୀର ବଜାରକୁ ଅଣାଯାଇଥିଲା। ସେଠାରୁ ଲକ୍ଷ୍ମୀବଜାର, ଜବାହାରଚୌକ, ମୀନାବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, ବାଜିଚୌକ, ଶାସନ ଛକ ଦେଇ ଜଗନ୍ନାଥ ରୋଡରେ ଆସି ଗଣେଶ ବଜାରରେ ପହଞ୍ଚିଥିଲା। ପରେ ରଥଗଡ଼ା, କୈବଲ୍ୟ ବଜାର ଦେଇ ପୂରା ସହର ପରିକ୍ରମା କରାଯାଇ ଶ୍ରୀଶ୍ରୀ ସିଦ୍ଧ ବଳରାମ ମନ୍ଦିରକୁ ଅଣାଯାଇଥିଲା। ସେଠାରେ ରାତି ୯ଟାରେ ପୂଜାର୍ଚ୍ଚନା ସମାପ୍ତ ହେବା ପରେ ରଥ ଚକକୁ ମନ୍ଦିର ପରିସରରେ ଅବସ୍ଥାପିତ କରାଯାଇଥିଲା। ଶୋଭାଯାତ୍ରା ବେଳେ ଜୟ ଜଗନ୍ନାଥ, ଜୟ ବଳରାମ ଧ୍ୱନିରେ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ବଜାର କମିଟି, ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ତାଳଧ୍ୱଜ ରଥ ଚକକୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri