Posted inଫୁରସତ

ବୁଲିଯାଆନ୍ତୁ ପ୍ରାଚୀନତମ ଦୁର୍ଗ ମେହରାନଗଡ଼

ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ଲୋକପ୍ରିୟ ଦୁର୍ଗ ହେଉଛି ମେହରାନଗଡ଼। ଏହା ଭାରତର ପ୍ରାଚୀନତମ ଦୁର୍ଗଗୁଡ଼ିକ ମଧ୍ୟରୁ ଅନ୍ୟତମ। ତା’ଛଡ଼ା ଏହା ଭାରତର ସମୃଦ୍ଧିଶାଳୀ ଅତୀତର ଏକ ପ୍ରତୀକ ଭାବେ ମଧ୍ୟ ଦଣ୍ଡାୟମାନ…

ମେହରାନଗଡ଼ ରାଜସ୍ଥାନର ଯୋଧପୁର ସହରରେ ଅବସ୍ଥିତ ଏକ ବଡ଼ ତଥା ପ୍ରସିଦ୍ଧ ଦୁର୍ଗ। ସୂଚନାନୁଯାୟୀ, ରାଜା ରାଓ ଯୋଧାଙ୍କ ଦ୍ୱାରା ୧୪୫୯ ଖ୍ରୀଷ୍ଟାବ୍ଦରେ ଏହି ଦୁର୍ଗଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଯୋଧପୁର ସହରର ଭୂପୃଷ୍ଠରୁ ପ୍ରାୟ ୪୧୦ ଫୁଟ ଉଚ୍ଚତାରେ ଏକ ପାହାଡ଼ ଉପରେ ନିର୍ମିତ ଏହି ଦୁର୍ଗଟିକୁ ଚତୁଃପାର୍ଶ୍ୱରୁ ଘେରି ରହିଛି ଶକ୍ତ ପଥରର କାନ୍ଥ ତଥା ଉଚ୍ଚ ଉଚ୍ଚ ଚାରୋଟି ଦ୍ୱାର। ତା’ଛଡ଼ା ଆକର୍ଷଣୀୟ କାରୁକାର୍ଯ୍ୟରେ ଭରା ଏହି ଦୁର୍ଗ ମଧ୍ୟରେ ପର୍ଯ୍ୟଟକ ଏକାଧିକ ଭବ୍ୟ ମହଲ ଯେମିତିକି ମୋତି ମହଲ, ଫୁଲ ମହଲ, ଶୀଶ୍‌ ମହଲ ତଥା ଅଦ୍ଭୁତ କାରୁକାର୍ଯ୍ୟରେ ଭରା ଝରକା ଓ କବାଟ ଏପରିକି ଅନେକ ବାସ୍ତୁକଳାକୁ ଦେଖିବାର ମଧ୍ୟ ସୁଯୋଗ ପାଇପାରିବେ। ଖାସ୍‌ ସେଥିପାଇଁ ବର୍ଷର ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ।

ଦୁର୍ଗକୁ ନେଇ ଇତିହାସ
ରାଜା ରାଓ ଯୋଧା ଥିଲେ ଯୋଧପୁରର ରାଜା ରଣମଲଙ୍କର ୨୪ ସନ୍ତାନଙ୍କ ମଧ୍ୟରୁ ଜଣେ। ତା’ଛଡ଼ା ଯୋଧପୁରର ପନ୍ଦରତମ ରାଜା ଭାବେ ବି ସେ ଶାସନଭାର ସମ୍ଭାଳିଥିଲେ। ତେବେ ଶାସନଭାର ହାତକୁ ନେବାର ମାତ୍ର ବର୍ଷେ ପରେ ରାଜା ରାଓ ଯୋଧା ହୃଦୟଙ୍ଗମ କଲେ ଯେ, ମଣ୍ଡୋର ଦୁର୍ଗ ରାଜ୍ୟକୁ ସୁରକ୍ଷା ଦେବା ପାଇଁ ଆଉ ସୁରକ୍ଷିତ ଅବସ୍ଥାରେ ନାହିଁ। ତେଣୁ ସିଏ ଏହି ଦୁର୍ଗଠାରୁ ମାତ୍ର ୧ କି.ମି. ଦୂରରେ ଉଚ୍ଚ ପାହାଡ଼ ଉପରେ ଆଉ ଏକ ନୂଆ ଦୁର୍ଗ ଗଢ଼ିବାକୁ ସ୍ଥିର କଲେ। ସେ ସମୟରେ ଏହି ପାହାଡ଼ଟି ଚିଡିଆଟୁଙ୍କ୍‌ ନାମରେ ପରିଚିତ ଥିଲା, କାରଣ ସେଠାରେ ବହୁ ପକ୍ଷୀ ବାସ କରୁଥିଲେ। ଶେଷରେ ୧୪୫୯ ଖ୍ରୀଷ୍ଟାବ୍ଦରେ ରାଜା ରାଓ ଯୋଧାଙ୍କ ଦ୍ୱାରା ଏହି ପାହାଡ଼ ଉପରେ ଦୁର୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଆଉ କ’ଣ ଦେଖିବେ
ମେହରାନଗଡ଼ ଦୁର୍ଗର ଆକର୍ଷଣୀୟ ବାସ୍ତୁକଳାକୁ ଦେଖିବା ସହ ପର୍ଯ୍ୟଟକ ଏଠାରେ ଆହୁରି ଅନେକ କିଛି ଦେଖିବାର ସୁଯୋଗ ପାଇପାରିବେ; ଯେମିତିକି:

ମେହରାନଗଡ଼ ସଂଗ୍ରହାଳୟ: ଉକ୍ତ ଦୁର୍ଗ ମଧ୍ୟରେ ରାଜାମହାରାଜାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ପୋଷାକପତ୍ର, ଅଳଙ୍କାର, ଆସବାବପତ୍ର, ଅସ୍ତ୍ରଶସ୍ତ୍ର ଇତ୍ୟାଦିକୁ ସାଇତି ରଖିବା ପାଇଁ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି। ଏସବୁ ବ୍ୟତୀତ ଉକ୍ତ ସଂଗ୍ରହାଳୟ ମଧ୍ୟରେ ପର୍ଯ୍ୟଟକ ଅନେକ ଲଘୁଚିତ୍ର, ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର, ରାଣୀମାନଙ୍କ ଯିବାଆସିବା ପାଇଁ ବ୍ୟବହୃତ ପାଲିଙ୍କି ତଥା ହାତୀଙ୍କ ପିଠି ଉପରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଉଥିବା କାଠର ସିଟ୍‌ (ଯେଉଁଥିରେ ସୁନା ଓ ରୁପାର କାରୁକାର୍ଯ୍ୟ ବି ହୋଇଥାଏ) ଇତ୍ୟାଦିକୁ ବି ବୁଲି ଦେଖିପାରିବେ।

ଚାମୁଣ୍ଡା ମାତାଜୀ ମନ୍ଦିର: ରାଜା ରାଓ ଯୋଧା ଚାମୁଣ୍ଡା ମାତାଙ୍କର ଜଣେ ପରମ ଭକ୍ତ ଥିଲେ। ତେଣୁ ସିଏ ମେହରାନଗଡ଼ ଦୁର୍ଗ ନିକଟରେ ମାତାଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏବେ ବି ଏହି ମନ୍ଦିର ଏଠାରେ ରହିଛି। ପର୍ଯ୍ୟଟକ ଚାହିଁଲେ ଏଠାକୁ ବୁଲିଯାଇ ମା’ଙ୍କର ଦର୍ଶନ କରିବା ସହ କୃପା ମଧ୍ୟ ଲଭିପାରିବେ।

ରାଓ ଯୋଧା ଡେଜର୍ଟ ରକ୍‌ ପାର୍କ:ଏହା ମଧ୍ୟ ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୭୨ ହେକ୍ଟର ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଥିବା ଏହି ପାର୍କରେ ପର୍ଯ୍ୟଟକ ପଥରର ଅନେକ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ, ବିରଳ ବୃକ୍ଷଲତା ଇତ୍ୟାଦି ଦେଖିବାକୁ ପାଇପାରିବେ।

କେବେ ଓ କେମିତି ଯିବେ
ଖରାଦିନକୁ ଛାଡି ବାକି ଅନ୍ୟଦିନେ ମେହରାନଗଡ଼ ଦୁର୍ଗ ବୁଲିଗଲେ ଆନନ୍ଦ ମିଳିଥାଏ। ଖାସ୍‌କରି ଏପ୍ରିଲ୍‌ରୁ ଜୁନ୍‌ ଏଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ତେଣୁ ଏହି ତିନିମାସକୁ ଛାଡି ଅନ୍ୟ ଯେ କୌଣସି ମାସରେ ଏଠାକୁ ବୁଲିଯାଇପାରିବେ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ତିନୋଟି ମାଧ୍ୟମ ଯଥା ବସ୍‌, ଟ୍ରେନ୍‌ ତଥା ବିମାନର ମଧ୍ୟ ସୁବ୍ୟବସ୍ଥା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri