ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ ତହସିଲଦାର

ଦାରିଙ୍ଗବାଡ଼ି,୧୬ା୧(ଅରୁଣ ସାହୁ): ବ୍ଲକସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏସ୍‌ଏସ୍‌ଓ କ୍ଷେତୀଶ ପ୍ରିୟଦର୍ଶୀ ସାହୁ ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ। ଚଳିତଥର ଏହି ଜାତୀୟ ଦିବସକୁ ଧୂମ୍‌ଧାମରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡିଗ୍ରୀ କଲେଜର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦେଶାତ୍ମକ ସଙ୍ଗୀତରେ ନୃତ୍ୟ ପ୍ରତିଯୋଗିତା କରାଯିବା ସହ ସେହିଦିନ ପଡ଼ିଆରେ ସାମୁହିକ ପରେଡ୍‌, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଗଣମାଧ୍ୟମଙ୍କ ପରାମର୍ଶ କ୍ରମେ ଗଣଦୌଡ଼ ପୂର୍ବଦିନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ଯାହା ସମସ୍ତେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଚଳିତଥର ତହସିଲଦାର ଶରତ ଶବର ଜାତୀୟ ପତ୍ତାକା ଉତ୍ତୋଳନ କରିବା ଓ ସାମୁହିକ ପରେଡରେ ଅଭିବାଦନ ଗ୍ରହଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ସେହିପରି ବିଭିନ୍ନ ଉପକମିଟିର କର୍ମକର୍ତ୍ତା ଚୟନ ଓ ଦାୟିତ୍ୱ ବଣ୍ଟନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ସରପଞ୍ଚ ଚନ୍ଦ୍ରିକା ମଲିକ, ଏବିଇଓ ବନମାଳୀ ମାଝୀ, ବିଧାୟକଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ପିଟର ଦିଗାଲ, ପତିତପାବନ ରାଉତ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ବଣିକ ସଂଘ ହୋଟେଲ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଅନ୍ତରଙ୍ଗ ଯୁବସଂଘ ସମେତ ଅଞ୍ଚଳବାସୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri