ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା ଶନିବାର ଦାଇତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଓଡିଶାବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ଦିରର ବିକାଶ ସାଙ୍ଗକୁ ଭକ୍ତମାନେ ଯେପରି ସୁବିଧାରେ ମାଙ୍କଦର୍ଶନ କରିପାରିବେ ସେଥିନେଇ ପଦକ୍ଷେପ ନେବା ଓ ମନ୍ଦିରର ସକାଳ ଦ୍ବାର ଫିଟା ନୀତିଠାରୁ ଆରମ୍ଭକରି ରାତ୍ରରେ ବଡସିଂହାର ପର୍ୟଯନ୍ତ ସମସ୍ତ ନିତିକାନ୍ତି ଯାନିଯାତ୍ରା ଯେପରି ନିତିନିୟମ ପ୍ରକାରେ ସୁରୁଖୁରୁରେ ହୋଇପାରିବ ସେଥିନେଇ ପଦକ୍ଷେପନେବାର କହି ଅଞ୍ଚଳବାସୀ ଓ ସେବାୟତଙ୍କ ସହଯୋଗ ଲୋଡିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଥାନା ଆଇଆଇସି ରାଜେଶ କୁମାର ନାୟର, ମନ୍ଦିର ଉନ୍ନୟନ ପରିଷଦର ସଂପାଦକ ପ୍ରମୋଦ କୁମାର ପଣ୍ଡା,ସେବାୟତ ସଂଘସଭାପତି ତପନରଣା,ବାପୂଜିରଣାଙ୍କ ସମେତ ସମସ୍ତସେବାୟତ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଦେବୋତ୍ତର କମିଶନର ଭୂବନେଶ୍ବରଙ୍କ ନିର୍ଦ୍ଦେଶନାମା ଚିଠିନଂ ୧୧୪୭୩ / ୧୨.୧୨.୨୦୨୫ ପ୍ରକାରେ ତହସିସଲଦାରଙ୍କୁ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।
Dharitri – Odisha’s No.1 Odia Daily

