ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୧୨ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରଶିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିରର ନୂତନ ନିର୍ବାହୀ ଅଧିକାରୀ ଭାବରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା ଶନିବାର ଦାଇତ୍ବ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଓଡିଶାବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ଦିରର ବିକାଶ ସାଙ୍ଗକୁ ଭକ୍ତମାନେ ଯେପରି ସୁବିଧାରେ ମାଙ୍କଦର୍ଶନ କରିପାରିବେ ସେଥିନେଇ ପଦକ୍ଷେପ ନେବା ଓ ମନ୍ଦିରର ସକାଳ ଦ୍ବାର ଫିଟା ନୀତିଠାରୁ ଆରମ୍ଭକରି ରାତ୍ରରେ ବଡସିଂହାର ପର୍‌ୟଯନ୍ତ ସମସ୍ତ ନିତିକାନ୍ତି ଯାନିଯାତ୍ରା ଯେପରି ନିତିନିୟମ ପ୍ରକାରେ ସୁରୁଖୁରୁରେ ହୋଇପାରିବ ସେଥିନେଇ ପଦକ୍ଷେପନେବାର କହି ଅଞ୍ଚଳବାସୀ ଓ ସେବାୟତଙ୍କ ସହଯୋଗ ଲୋଡିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସମୟରେ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଥାନା ଆଇଆଇସି ରାଜେଶ କୁମାର ନାୟର, ମନ୍ଦିର ଉନ୍ନୟନ ପରିଷଦର ସଂପାଦକ ପ୍ରମୋଦ କୁମାର ପଣ୍ଡା,ସେବାୟତ ସଂଘସଭାପତି ତପନରଣା,ବାପୂଜିରଣାଙ୍କ ସମେତ ସମସ୍ତସେବାୟତ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଦେବୋତ୍ତର କମିଶନର ଭୂବନେଶ୍ବରଙ୍କ ନିର୍ଦ୍ଦେଶନାମା ଚିଠିନଂ ୧୧୪୭୩ / ୧୨.୧୨.୨୦୨୫ ପ୍ରକାରେ ତହସିସଲଦାରଙ୍କୁ ନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri