ପାକିସ୍ତାନର ୧୪ ଆତଙ୍କବାଦୀ, ୨୬/୧୧ଠାରୁ ହେବ ଆହୁରି ବଡ଼ ଆକ୍ରମଣ, ବିସ୍ଫୋରଣ ହେବ ୪ଶହ କିଲୋ RDX, ମରିବେ ୧ କୋଟି ଲୋକ, ମିଳିଲା ଧମକ ମୁମ୍ବାଇ,୫।୯: ମୁମ୍ବାଇକୁ ପୁଣି ଥରେ ବୋମା ବିସ୍ଫୋରଣ ଧମକ ମିଳିଛି। ଏଥର ଆତ୍ମଘାତୀ ବିସ୍ଫୋରଣ ଧମକ ପଠାଯାଇଛି। ଏହି ଧମକପୂର୍ଣ୍ଣ ମେସେଜ ମୁମ୍ବାଇ ପୋଲିସର ଟ୍ରାଫିକ ପୋଲିସର ହ୍ବାଟ୍ସଆପ ନମ୍ବରରେ ପଠାଯାଇଛି। ଅନନ୍ତ ଚତୁର୍ଦ୍ଦଶୀ ଅବସରରେ ଧମକ ପାଇବା ପରେ...