ସଙ୍କଟରୁ ପରିବର୍ତ୍ତନର ଆଶା ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ ଏବେ ଦୁଇଟି ସଙ୍କଟରେ ପଡ଼ିଯାଇଛି। ଗୋଟିଏ ହେଉଛି ଗଣତନ୍ତ୍ର ବିରୋଧୀ ଶକ୍ତିର ଉତ୍ଥାନ…