ଶୁଖିଲା ଗଛର ଗଣ୍ଡି ପଡ଼ି ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ିବସିଲେ ଗ୍ରାମବାସୀ ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ...