ବତିଘର ପଞ୍ଚାୟତକୁ ମିଳିଲା ମୋବାଇଲ ଆମ୍ବୁଲାନ୍ସ: ଡୋର୍ ଟୁ ଡୋର୍ ସ୍କ୍ରିନ୍ ଟେଷ୍ଟ କରିବେ ସ୍ବାସ୍ଥ୍ୟ କର୍ମଚାରୀ ମହାକାଳପଡ଼ା,୨୪ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଆଇଲାଣ୍ଡ ବତିଘର ପଞ୍ଚାୟତକୁ ନାହିଁ ଯାତାୟାତ ବ୍ୟବସ୍ଥା। ଫଳରେ ପଞ୍ଚାୟତ ଅଧୀନ ୧୦ଟି ଗାଁରେ ବସବାସ କରୁଥିବା ୧୨ହଜାରରୁ ଊର୍ଦ୍ଧ୍ୱ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…