୧୭ ବର୍ଷ ମଧ୍ୟରେ ଆଡିଲେଡରେ ପ୍ରଥମ ଥର , କ୍ୟାପଟେନ ଭାବେ ପ୍ରଥମ ସିରିଜ ହାରିଲେ ଶୁବମନ ଆଡିଲେଡ,୨୩।୧୦: ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦୃଢ଼ ଇନିଂସ ଯୋଗୁ ଅଷ୍ଟ୍ରେଲିଆ ଆଡିଲେଡରେ ଦ୍ୱିତୀୟ ଦିନିକିଆରେ ଭାରତକୁ ୨ ୱିକେଟରେ ପରାସ୍ତ କରିଛି। ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିଛି।…