ସିରିଜ ଦୁର୍ଘଟଣା: ୩ ମୃତ, ୧୨ ଆହତ
କେନ୍ଦୁଝର,୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଠାକୁର ଡିହିରୁ ପୂତୁଲୁପାଣି ଛକ ମଧ୍ୟରେ ଜାତୀୟ ରାଜପଥ ୪୯ରେ ବୁଧବାର ଏକ ସିରିଜ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।…
ଓଲଟିଲା ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୩।୬: ମଧ୍ୟପ୍ରଦେଶ ଅନ୍ତର୍ଗତ ରାଜଗଡ଼ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟିପଡ଼ିବାରୁ ଏହାର ଡାଲାରେ ବସିଥିବା ଚାରିଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧୫ ଜଣ ଲୋକ ଆହତ ହୋଇଛନ୍ତି। ମିଳିଥିବା…
ଘାଟିରୁ ଖସିଲା ହଳଦୀ ବୋଝେଇ ଟ୍ରକ୍, ଚାପି ହୋଇଗଲେ ଚାଳକ
ଦିଗପହଣ୍ଡି/ପାଟପୁର,୨ା୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଜକରାପଲ୍ଲୀ ଗ୍ରାମ ପାଳୁଖଳା ବୁଲାଣିରେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ହଳଦୀ ବୋଝେଇ ଟ୍ରକ୍ (ନଂ.ଓଡି ୦୨ ବି -୯୮୮୦)ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି…
ବାଇକ୍କୁ ଧକ୍କା ଦେଲା କମାଣ୍ଡର, ଚାଲିଗଲା ଶିକ୍ଷକଙ୍କ ଜୀବନ
ପାରଳାଖେମୁଣ୍ଡି,୧ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେସିପୁରୁ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏଲ୍. ନିରଞ୍ଜନଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ସହରର କାଚରା ସାହିର ବାସିନ୍ଦା ନିରଞ୍ଜନ ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ…
ଚକା ଖସି ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର
ନବରଙ୍ଗପୁର,୨୨ା୫(ସଦାଶିବ ପ୍ରହରାଜ): ବାଇକ୍ରେ ଯାଉଥିବା ଦମ୍ପତିଙ୍କ ଉପରେ ଏକ ଟ୍ରାକ୍ଟର ଚଢ଼ିଯିବାରୁ ସ୍ବାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ତେବେ ସ୍ବାମୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସୂଚନାନୁଯାୟୀ, ନବରଙ୍ଗପୁର ସହର ଭଗବତୀ ସାହିର ସୀତାକାନ୍ତ ତ୍ରିପାଠୀ ସ୍ତ୍ରୀ କାବେରୀଙ୍କୁ…
ଡିଭାଇଡରରେ ଚଢ଼ି ଓଲଟି ପଡ଼ିଲା କାର୍
ଛତ୍ରପୁର,୨୨ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ପୋକିଡ଼ିବନ୍ଧ ଛକଠାରେ ବୁଧବାର ଏକ କାର୍ ଓଲଟି ପଡ଼ିଛି। ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର। ମିଳିଥିବା ସୂଚନା ମୁତାବକ ଖଲ୍ଲିକୋଟରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ଡାଭାଇଡର…
ଘାଟିରେ ଓଲଟିଲା ଅଟୋ, ୧୮ ଆହତ
ଝରିଗାଁ,୧୨ା୫(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଘାଟିରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନିର୍ବାଚନ ପାଇଁ ପ୍ରାୟ ଗାଡ଼ି ନିର୍ବାଚନ ଡ୍ୟୁଟିରେ ନିୟୋଜିତ…
ବାଇକ୍ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ
ଉମରକୋଟ,୧୧ା୫: ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍ ସମ୍ମୁଖରେ ବସ୍ରୁ ଓହ୍ଲାଇବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ…
ଓଲଟିଲା ପୋଲିଂ ପାର୍ଟି ବସ୍
ଚିକିଟି,୧୧ା୫: ନିର୍ବାଚନ ଡ୍ୟୁଟିକୁ ଶନିବାର ଯାଉଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ପୋଲିଂ ପାର୍ଟି ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଦୁଇଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’…
ବାଇକ୍ ସହ ପିଟିହେଲା ବାଇକ୍: ୨ ଜଣଙ୍କ ଜୀବନ ଗଲା, ୨ ଆହତ
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍ ସହ ବାଇକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣମଣା ଗ୍ରାମର ଏସ୍. କ୍ରିଷ୍ଣା…
ଘାଟିରୁ ଖସିଲା ପେପର ରୋଲ୍ ବୋଝେଇ ଟ୍ରକ୍: ଡ୍ରାଇଭର, ହେଲପର ଆହତ
ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ ପେପର ରୋଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ଡ୍ରାଇଭର ଓ ହେଲପର…
ବାଇକ୍କୁ ପଛରୁ ଧକ୍କା ଦେଲା ବୋଲେରୋ: ମା’ଙ୍କ ଜୀବନ ଗଲା, ପୁଅ ଗୁରୁତର
ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଉଖୁଣ୍ଡା ରାସ୍ତାର ବାଉଁଶୁଳି ହନୁମାନ ଛକ ନିକଟରେ ଶନିବାର ରାତିରେ ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ବାଉଁଶୁଳି ଗ୍ରାମର ଶଙ୍କାରୀ ମୁଣ୍ଡା(୪୫)…
Archives


