ଆଉ ଶୁଭିବନି ଲକ୍ଷ୍ମଣ ମାଷ୍ଟ୍ରେଙ୍କ ତବଲା ଶବ୍ଦ, ଝୁରୁଛନ୍ତି ଅଞ୍ଚଳବାସୀ

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ଦେହାନ୍ତ ହୋଇଛି । ସମଗ୍ର ଭାରତ ବର୍ଷରେ ପବିତ୍ର ଶ୍ରୀରାମ ନବମୀ ପାଳନ ହେଉଥିବା ବେଳେ ରାତି ସାଢେ ତିନିଟା ସମୟରେ ୭୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି ।

ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିବା ବେଳେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସତ୍ୟ ନିଷ୍ଠା, ମେଳାପୀ ବ୍ୟକ୍ତି ଥିଲେ ତବଲା ମାଷ୍ଟର ଲକ୍ଷ୍ମଣ କୁମାର । ବାଟରେ ଯାଉଥିବା ଲୋକ ଯଦି ଲକ୍ଷ୍ମଣ ମାଷ୍ଟରଙ୍କ ତବଲା ଶବ୍ଦ ଶୁଣିବ ତାହେଲେ ସେ ଘଡିଏ ସେଠି ଠିଆ ହୋଇ ପଡନ୍ତି ବୋଲି ତାଙ୍କ ସମୟର ଲୋକେ କହୁଛନ୍ତି । ତାଙ୍କ ମୃତ୍ୟୁ ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ମାନ୍ୟଗନ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଋଷିକୁଲ୍ୟା  ନଦୀର ମିଳନ ସ୍ଥଳ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଶେଷକୃତ୍ୟ ସମୟରେ ପୁରା ପରିବାର ଉପସ୍ଥିତି ରହିଥିବା ବେଳେ ଏକ ମାତ୍ର ପୁଅ ନିରଞ୍ଜନ ତରାଇ (ରୁଷିଆ )ମୁଖାଗ୍ନି ଦେଇଥିଲେ ।

ଭାଜପା ନଗର ସଭାପତି ଭଗବାନ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଶିବରାମ ଜେନା, ସମ୍ପାଦକ ସୁଦାମ ଚରଣ ଜେନା, ଶ୍ରମିକ ନେତା ଜୟ କୃଷ୍ଣ ବାରିକି, ପରିବାର ଡାକ୍ତର କାଳୁ ଚରଣ ବାରିକି (କାଳୁ ମାଷ୍ଟର ), କଳାକାର ତଥା ସଂସ୍କୃତିକ ମଞ୍ଚ ଆକ୍ସନ ହିରୋ କାର୍ତିକ ତରାଇ (ଅକ୍ଷୟ )କମିଟି ବରିଷ୍ଠ ସଦସ୍ୟ କାମେଶ୍ୱର ସାହୁ, ପ୍ରକାଶ ରାଉଳ, ସୁଶାନ୍ତ ତରାଇ, ଗଣେଶ ସାହୁଙ୍କ ସମେତ ବହୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

 

Dharitri – Odisha’s No.1 Odia Daily

Share