Posted inଖେଳ

ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ଦୁବାଇ, ୪।୧୦: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୦ ରନ କରିଥିଲା। ଭାରତ ୧୯ ଓଭରରେ ୧୦୨ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତର ସମସ୍ତ ବ୍ୟାଟର ଏହି ମ୍ୟାଚରେ ଫେଲ୍‌ ମାରିଥିଲେ। ଅଧିନାୟିକା ହରମନପ୍ରୀତ କୌର ସର୍ବାଧିକ ୧୫ ରନ କରିଥିଲେ। ନ୍ୟୁଜିଲାଣ୍ଡର ରୋସେମାରି ମାଏର ୪ଟି, ଲୀ ତାହୁହୁ ୩ଟି, ଇଡେନ କାର୍ସେନ ୨ଟି ଓ ଆମେଲିଆ କେର ଗୋଟିଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୬୭ ରନ ଯୋଗକରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଓପନର ସୁଜି ବେଟ୍ସ ୨୭ ଓ ଜର୍ଜିଆ ପ୍ଲିମେର ୩୪ ରନ କରିଥିଲେ। ଆମେଲିକା କେର ଯଦିଓ ୧୩ ରନକରି ଆଉଟ ହୋଇ ଯାଇଥିଲେହେଁ ଅଧିନାୟିକା ସୋଫି ଡିଭାଇନ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଭଲ ସ୍କୋର କରି ପାରିଥିଲା। ଡିଭାଇନ୍‌ ୩୬ଟି ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୫୭ ରନକରି ଅପରାଜିତ ରହିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ରେଣୁକା ସିଂ ୨ଟି ଏବଂ ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ଟି-୨୦ରେ ୧୬ ଛକା ମାରି କ୍ରିକେଟ୍‌ ଜଗତରେ ଚହଳ ପକାଇଲେ ଏହି କ୍ରିକେଟର୍‌ ମାତ୍ର ୬୩ ବଲ୍‌ରେ କଲେ…

ନୂଆଦିଲ୍ଲୀ,୮।୧୨: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ, ୨୦୦ରୁ ଅଧିକ ରନର ଟାର୍ଗେଟକୁ ବିଜୟୀ ଲକ୍ଷ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଗୋଟିଏ ମ୍ୟାଚରେ...

ଟେଷ୍ଟ-ଟି୨୦ କ୍ରିକେଟରୁ ଅବସର ପ୍ରତ୍ୟାହାର କରି ସମସ୍ତଙ୍କୁ ଚମକାଇଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଢାକା,୮।୧୨: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଟେଷ୍ଟ ଏବଂ ଟି-୨୦ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି,ସେ ବର୍ତ୍ତମାନ ତିନୋଟି...

ପଲାଶଙ୍କ ସହ ସବୁ ସ୍ମୃତି ଲିଭାଇଦେଲେ ସ୍ମୃତି ମନ୍ଧାନା: କଲେ ଏମିତି କାମ…

ନୂଆଦିଲ୍ଲୀ,୮।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ଗାୟକ ପଲାଶ ମୁଛଲଙ୍କ ବିବାହ ଭାଙ୍ଗିଯାଇଛି। ଉଭୟ ଆନୁଷ୍ଠାନିକ ଭାବରେ ସେମାନଙ୍କ ବିବାହ ଶେଷ ହେବାର ଘୋଷଣା କରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ନେଇ ଚାଞ୍ଚଲ୍ୟକର କଥା କହିଦେଲେ ରବି ଶାସ୍ତ୍ରୀ: ପରାଜୟ ପାଇଁ କେବଳ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଆଜିକାଲି ସମାଲୋଚନାର ଶିକାର ହେଉଛନ୍ତି। ଗତବର୍ଷ ଜୁଲାଇରେ କୋଚ ହେବା ପରେ ସେ ଦଳକୁ ଚାମ୍ପିଅନ୍ସ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri