କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ ବନ୍ଦ ରହିବ ଟି- ସେତୁ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଅର୍ଥାତ୍ ୧୨ ଘଣ୍ଟା ବନ୍ଦ ରହିବ ଟି-ସେତୁ । ଏହି ସମୟରେ ଗହଳିର ଆଶଙ୍କା ଅଧିକ ରହିଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଗୋପୀନାଥପୁର ଓ ବୈଦେଶ୍ୱର ଉଭୟ ପଟୁ ବନ୍ଦ ରହିବ ବାଟ । ସିଂହନାଥ ପୀଠରେ ପ୍ରସ୍ତୁତି ବୈଠକ ପରେ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶଥାଉକି, ଦୁଇବର୍ଷ ପୂର୍ବେ ମକରମେଳାରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଫଳରେ ଦଳାଟକଟା ଭଳି ପରିସ୍ଥିତି ଉପୁଜି ପ୍ରାଣହାନୀ ମଧ୍ୟ ହୋଇଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁକୁ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି ।


