ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି ନ୍ୟୁଜିଲ୍ୟାଣ୍ଡ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଟକ୍କର ହେବ । ୧୮ ଜୁନ୍‌ରେ ୱେଷ୍ଟ୍‌ ଇଣ୍ଡିଜ୍‌ ଟିମ୍‌ ଆଫଗାନିସ୍ତାନକୁ ଭେଟିବ । କିନ୍ତୁ ଏହି ଦୁଇ ମ୍ୟାଚ୍‌ର କୌଣସି ପ୍ରଭାବ ରହିବ ନାହିଁ । କାରଣ ସୁପର-୮ରେ ୮ଟି ଦଳ ପହଞ୍ଚି ସାରିଛନ୍ତି ।

ଏଥର ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି କିଛି ପୂର୍ବତନ ଚାମ୍ପିୟନ ଦଳ ସୁପର-୮ରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ଆମେରିକା ଏବଂ ଆଫଗାନିସ୍ତାନ ଭଳି ନୂଆ ଦଳ ନିଜର ସ୍ଥାନ ପକ୍କା କରିଛନ୍ତି। ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ଆମେରିକା, ଇଂଲଣ୍ଡ ଏବଂ ବାଂଲାଦେଶ ସୁପର- ୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସୁପର-୮ ରାଉଣ୍ଡ ଜୁନ ୧୯ରୁ ଆରମ୍ଭ ହେବ । ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ ହେବ। ତେବେ ଗ୍ରୁପ୍‌-ଏ ରେ ଭାରତ ଓ ଆମେରିକା, ଗ୍ରୁପ୍‌-ବିରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ, ଗ୍ରୁପ୍‌ -ସିରେ ଆଫଗାନିସ୍ତାନ ଓ ୱେଷ୍ଟ ଇଣ୍ଡିଜ୍‌, ଗ୍ରୁପ୍‌ ଡିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି ।
ଅନ୍ୟପଟେ ୨୦ ଜୁନ୍‌ରେ ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍‌ ଏବଂ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ୨୧ ଜୁନ୍‌ରେ ଅଷ୍ଟ୍ରେଲିଆ ଓ ବାଂଲାଦେଶ ଏବଂ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା, ୨୨ ଜୁନ୍‌ରେ ଆମେରିକା ଓ ୱେଷ୍ଟ ଇଣ୍ଡିଜ୍‌ ଏବଂ ଭାରତ ଓ ବାଂଲାଦେଶ, ୨୩ ଜୁନ୍‌ରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ଏବଂ ଆମେରିକା ଓ ଇଂଲଣ୍ଡ, ୨୪ ଜୁନ୍‌ରେ ୱେଷ୍ଟ ଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଓ ଭାରତ, ୨୫ ଜୁନ୍‌ରେ ଅଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri