ଟି-୨୦ ବିଶ଼୍ବକପ୍‌: ପାକିସ୍ତାନ ବିଦା ହେବାକୁ ନେଇ ଆଇସିସି ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ, ୧୬।୬: ଟି-୨୦ ବିଶ଼୍ବକପ୍‌ରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ପାଦଦେଶରେ ଛିଡ଼ା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମ୍ୟାଚ୍‌ରେ କାନାଡ଼ାକୁ ହରାଇବା ପରେ ଦଳ ଆଗକୁ ବଢ଼ିବା ନେଇ ଆଶା ସଞ୍ଚାର କରିଥିଲା । ଭାରତ ଠାରୁ ହାରିବା ପରେ ଯଦି ଆମେରିକା ଟିମ୍‌ ଆୟାରଲ୍ୟାଣ୍ଡ ଠାରୁ ପରାଜିତ ହୋଇଥାନ୍ତା ତେବେ ପାକିସ୍ତାନ ପାଖରେ ସୁପର ୮ ରେ ପହଞ୍ଚିବାର ରାସ୍ତା ରହିଥାନ୍ତା । କିନ୍ତୁ ବର୍ଷା ପାକିସ୍ତାନର ସବୁ ଆଶା ଧୋଇଦେଇଛି । ଏହାପରେ କିଛି ପୂର୍ବତନ କ୍ରିକେଟର ଆଇସିସିର ମ୍ୟାଚ୍‌ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଭାରତ-ପାକିସ୍ତାନ ମ୍ୟାଚ୍‌ ବାତିଲ୍‌ ହେବା ପରେ ପୂର୍ବତନ କ୍ରିକେଟର ତଥା କମେଣ୍ଟଟେଟର ନବଜୋତ ସିଂ ସିଦ୍ଧୁ ବଡ଼ ଖୁଲାସା କରିଛନ୍ତି । ଆମେରିକା ଏବଂ ଆୟାରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଦିନ ସୁପର ସାଁପରର ପେଟ୍ରୋଲ ସରିଯାଇଥିଲା । ଯେଉଁ କାରଣରୁ ପଡ଼ିଆକୁ ଭଲରେ ଶୁଖା ଯାଇପାରିନଥିଲା । ତେଣୁ ମ୍ୟାଚ୍‌କୁ ବାତିଲ କରିବାକୁ ପଡ଼ିଥିଲା ।

ଅନ୍ୟପଟେ ଭାରତର ଅନ୍ୟଜଣେ ମହାନ୍‌ କ୍ରିକେଟର ସୁନିଲ ଗାଭାସ୍କର ଆଇସିସି ଉପରେ ପ୍ରଶ୍ନ ଉଠାଇଛନ୍ତି । ଫ୍ଲୋରିଡାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ବାତିଲ ହୋଇଛି । ବର୍ଷ ସମୟରେ କେବଳ ପିଚ୍‌ ଏବଂ ଏହାର ପାଖ ୩୦ ୟାର୍ଡ ପର୍ଯ୍ୟନ୍ତ ପାଲ ଦ଼୍ବାରା କଭର କରାଯାଇଥିଲା । ବାକି ସ୍ଥାନ ଖୋଲା ଥିଲା । ଯାହା ଫଳରେ ପଡ଼ିଆ ଓଦା ହେଇଯାଇଥିଲେ ବି ଶୁଖା ଯାଇପାରିନଥିଲା । ଆଇସିସି ଯେଉଁ ଷ୍ଟାଡିୟମରେ ସମ୍ପୂର୍ଣ୍ଣ ପଡ଼ିଆ କଭର ନକରି ପାରିବ ସେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri