ଦେଶ ଛାଡି ପଳାୟନ କରୁଥିଲେ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍‌! ଦେଖନ୍ତୁ ଭୟଙ୍କର ଚିତ୍ର

ଡାମାସକସ୍‌,୮।୧୨: ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାନୁସାରେ, ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ସିରିଆରେ ଗୃହଯୁଦ୍ଧ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ତାଙ୍କ ପରିବାର ସହିତ ରାଜଧାନୀ ଡାମାସକସ୍‌ ଛାଡି ପଳାଇଥିଲେ। ସେମାନେ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ତଳକୁ ଖସାଇ ଦେଇଛନ୍ତି ବୋଲି ଦାବି କରାଯାଉଛି।

 

ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ରହୁଥିବା ରାଜଧାନୀ ଡାମାସ୍‌କସ୍‌ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍‌କସ୍‌ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍‌ ଘନିଙ୍କ କହିଛନ୍ତି।

ଆକ୍ରମଣ ଭୟରେ ଡାମାସ୍‌କସ୍‌ର ଲୋକମାନେ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ଧାଉଁଥିବା ଦେଖାଯାଇଛି। ହଜାର ହଜାର ଲୋକ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ଲେବାନନ୍‌ ସୀମାକୁ ପଳାଇଛନ୍ତି। ରାଷ୍ଟ୍ରପତିଙ୍କ ହାତମୁଠା ଦୁର୍ବଳ ହେଉଥିବାବେଳେ ସେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ଇଜିପ୍ଟ ଏବଂ ଇରାକ୍‌ର ସହାୟତା ଲୋଡ଼ିଥିବା କୁହାଯାଉଛି।

ଅସାଦଙ୍କ ବିରୋଧରେ ୨୦୧୧ରେ ସୃଷ୍ଟି ହୋଇଥିବା ଗୃହଯୁଦ୍ଧର ଉତ୍ପତ୍ତି ସ୍ଥଳ ଥିଲା ଦାରା ସହର। ଏହି ସହରର ପତନ ବିଦ୍ରୋହୀମାନଙ୍କ ପାଇଁ ବଡ଼ ସଫଳତା। ଜୋର୍ଡାନ ସୀମାକୁ ଲାଗିଥିବା ଏହି ପ୍ରାଦେଶିକ ରାଜଧାନୀ ସହରରେ ପ୍ରାୟ ୧୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଖବର ଅନୁଯାୟୀ ଅସାଦଙ୍କ ସରକାର ୟୁଏଇ, ଇଜିପ୍ଟ, ଜୋର୍ଡାନ ଏବଂ ଇରାକ୍‌ରୁ ଅସ୍ତ୍ରଶସ୍ତ୍ର ଓ ଗୋଇନ୍ଦା ସହାୟତା ଚାହୁଁଛନ୍ତି। ଦେଶର ବୃହତ୍‌ କେନ୍ଦ୍ରଗୁଡ଼ିକରେ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଲାଣି। ଅସାଦଙ୍କୁ ଦେଶ ଛାଡ଼ି ପଳାଇଯିବାକୁ କେତେକ ଆରବ ଅଧିକାରୀ ପରାମର୍ଶ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରାଜନୈତିକ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ପାଇଁ ଜେନେଭାରେ ଜରୁରୀ ଆଲୋଚନା ନିମନ୍ତେ ଜାତିସଂଘର ସିରିଆ ପାଇଁ ଥିବା ସ୍ବତନ୍ତ୍ର ପ୍ରତିନିଧି ଗେଇର ପେଡେର୍ସେନ କହିଛନ୍ତି।

ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌) ନେତୃତ୍ୱରେ ସିରିଆ ବିଦ୍ରୋହୀମାନେ ନଭେମ୍ବର ୨୭ରୁ ଅତର୍କିତ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଉତ୍ତର ଓ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳକୁ ଦଖଲ କରିସାରିଲେଣି। ଦେଶର ପ୍ରମୁଖ ସହର ଆଲେପ୍ପୋ, ହମା ଏବଂ ଡେଇର୍‌ ଇଜୋର ଏବେ ସେମାନଙ୍କ ଅକ୍ତିଆରରେ। ବିଦ୍ରୋହୀମାନେ ଦେଶର ତୃତୀୟ ବୃହତ୍‌ ସହର ହୋମ୍ସର ନିକଟତର ହୋଇଛନ୍ତି। ଆକ୍ରମଣ ଯୋଗୁ ୧୫ ଲକ୍ଷ ଲୋକ ଘରଦ୍ୱାର ହରାଇପାରନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ସିରିଆ ସ୍ଥିତିର ରାଜନୈତିକ ସମାଧାନ ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ତୁର୍କୀ ପ୍ରତିପକ୍ଷ ହାକନ ଫିଦଁାଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସହ ତୁର୍କୀର ୯୧୧ କିଲୋମିଟର ସୀମା ରହିଥିବାବେଳେ ଏହି ଦେଶ ଅସାଦଙ୍କ ବହିଷ୍କାର ପାଇଁ ୨୦୧୧ ଗୃହଯୁଦ୍ଧ ଆରମ୍ଭ ସମୟରୁ ବିଦ୍ରୋହୀ ସଂଗଠନକୁ ସମର୍ଥନ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ପାଇଁ ସହମତି ହେଲେ ଇସ୍ରାଏଲ-ହମାସ, ୧୫ ମାସ ପାଇଁ ଯୁଦ୍ଧ ବନ୍ଦ

ନୂଆଦିଲ୍ଲୀ, ୧୫।୧: ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି...

ବ୍ରାଡ୍‌ ପିଟ୍‌ଙ୍କ ନାଁରେ ୮ ଲକ୍ଷ ୟୁରୋ ଠକେଇ

ପ୍ୟାରିସ୍‌, ୧୫ା୧: ଫ୍ରାନ୍ସରେ ଇଣ୍ଟେରିଅର ଡିଜାଇନର ଭାବେ କାର୍ଯ୍ୟରତ ଆନି ପ୍ରାୟ ୮ ଲକ୍ଷ ୟୁରୋ ମୂଲ୍ୟର ଠକାମିର ସମ୍ମୁଖୀନ ହୋଇଛନ୍ତି। ହଲିଉଡ୍‌ ଅଭିନେତା ବ୍ରାଡ୍‌...

ମେଟା: ଚିନ୍ତାରେ କେନ୍ଦ୍ର

ନୂଆଦିଲ୍ଲୀ,୧୫।୧: ଆମେରିକୀୟ ସୋସିଆଲ ମିଡିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ...

ଯୁଦ୍ଧରେ କେରଳ ଯୁବକଙ୍କ ମୃତ୍ୟୁ ପରେ ଆକ୍ସନକୁ ଆସିଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୧୫।୧: ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଇଁ ଲଢୁଥିବା ଜଣେ କେରଳୀ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଆହତ ହେବା ଘଟଣାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ...

ବାଂଲାଦେଶରେ ରହି ବଡ଼ ଖେଳ କରିଦେଲେ ୟୁନୁସ୍‌, ଶେଖ ହାସିନାଙ୍କ…

ଢାକା,୧୫।୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭଣଜା ଏବଂ ଲେବର ପାର୍ଟି ସାଂସଦ ଟ୍ୟୁଲିପ ସିଦ୍ଦିକି ମଙ୍ଗଳବାର ବ୍ରିଟେନର ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।...

ୟୁକ୍ରେନ୍‌ ପାଇଁ ଆଉ ନୂଆ ଏକ ଚ୍ୟାଲେଞ୍ଜ

ସିଓଲ,୧୫।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ଚିନ୍ତାରେ ପଡିଲା ୟୁକ୍ରେନ୍‌, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ

ସିଓଲ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା...

ମହାକାଶରେ SEX କରିପାରିବେ ମହାକାଶଚାରୀ? ନାସାର ବଡ଼ ଖୁଲାସା

ନୂଆଦିଲ୍ଲୀ,୧୪।୧: ଶତାବ୍ଦୀ ଶତାଦ୍ଦୀ ଧରି, ମଣିଷ ମହାକାଶ ପ୍ରତି ଆକର୍ଷିତ ହୋଇଆସିଛି, ଏବଂ ଏହାକୁ ଅନୁସନ୍ଧାନ କରିବାର ଏହି କୌତୁହଳ ମାନବଜାତିକୁ ମହାକାଶଯାନ ଏବଂ ଦୂରବୀକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri