ଦେଶ ଛାଡି ପଳାୟନ କରୁଥିଲେ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍‌! ଦେଖନ୍ତୁ ଭୟଙ୍କର ଚିତ୍ର

ଡାମାସକସ୍‌,୮।୧୨: ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ସୂଚନାନୁସାରେ, ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ସିରିଆରେ ଗୃହଯୁଦ୍ଧ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦ ତାଙ୍କ ପରିବାର ସହିତ ରାଜଧାନୀ ଡାମାସକସ୍‌ ଛାଡି ପଳାଇଥିଲେ। ସେମାନେ ବିମାନରେ ଯାତ୍ରା କରୁଥିଲେ, କିନ୍ତୁ ବିଦ୍ରୋହୀମାନେ ସେମାନଙ୍କ ବିମାନକୁ ତଳକୁ ଖସାଇ ଦେଇଛନ୍ତି ବୋଲି ଦାବି କରାଯାଉଛି।

 

ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ରହୁଥିବା ରାଜଧାନୀ ଡାମାସ୍‌କସ୍‌ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା ସମେତ ୪ ସହରକୁ ଦଖଲ କରିସାରିଛନ୍ତି। ଡାମାସ୍‌କସ୍‌ ସେମାନଙ୍କର ଶେଷ ଟାର୍ଗେଟ ବୋଲି ବିଦ୍ରୋହୀ କମାଣ୍ଡର କହିଛନ୍ତି। ରାଷ୍ଟ୍ରପତି ଅସାଦ ଦେଶ ଛାଡ଼ି ପଳାଇଥିବା ଖବରକୁ ସରକାରୀ ଗଣମାଧ୍ୟମ ଖଣ୍ଡନ କରିଛି। ଯୋଦ୍ଧାମାନେ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜଧାନୀକୁ ଚାରିପଟୁ ଘେରିବା ଆରମ୍ଭ କରିଥିବା ସେମାନଙ୍କ କମାଣ୍ଡର ହାସନ ଅବଡେଲ୍‌ ଘନିଙ୍କ କହିଛନ୍ତି।

ଆକ୍ରମଣ ଭୟରେ ଡାମାସ୍‌କସ୍‌ର ଲୋକମାନେ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ଧାଉଁଥିବା ଦେଖାଯାଇଛି। ହଜାର ହଜାର ଲୋକ ଦେଶ ଛାଡ଼ିବା ଉଦ୍ଦେଶ୍ୟରେ ଲେବାନନ୍‌ ସୀମାକୁ ପଳାଇଛନ୍ତି। ରାଷ୍ଟ୍ରପତିଙ୍କ ହାତମୁଠା ଦୁର୍ବଳ ହେଉଥିବାବେଳେ ସେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ), ଇଜିପ୍ଟ ଏବଂ ଇରାକ୍‌ର ସହାୟତା ଲୋଡ଼ିଥିବା କୁହାଯାଉଛି।

ଅସାଦଙ୍କ ବିରୋଧରେ ୨୦୧୧ରେ ସୃଷ୍ଟି ହୋଇଥିବା ଗୃହଯୁଦ୍ଧର ଉତ୍ପତ୍ତି ସ୍ଥଳ ଥିଲା ଦାରା ସହର। ଏହି ସହରର ପତନ ବିଦ୍ରୋହୀମାନଙ୍କ ପାଇଁ ବଡ଼ ସଫଳତା। ଜୋର୍ଡାନ ସୀମାକୁ ଲାଗିଥିବା ଏହି ପ୍ରାଦେଶିକ ରାଜଧାନୀ ସହରରେ ପ୍ରାୟ ୧୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଖବର ଅନୁଯାୟୀ ଅସାଦଙ୍କ ସରକାର ୟୁଏଇ, ଇଜିପ୍ଟ, ଜୋର୍ଡାନ ଏବଂ ଇରାକ୍‌ରୁ ଅସ୍ତ୍ରଶସ୍ତ୍ର ଓ ଗୋଇନ୍ଦା ସହାୟତା ଚାହୁଁଛନ୍ତି। ଦେଶର ବୃହତ୍‌ କେନ୍ଦ୍ରଗୁଡ଼ିକରେ ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିସାରିଲାଣି। ଅସାଦଙ୍କୁ ଦେଶ ଛାଡ଼ି ପଳାଇଯିବାକୁ କେତେକ ଆରବ ଅଧିକାରୀ ପରାମର୍ଶ ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ରାଜନୈତିକ କ୍ଷମତା ହସ୍ତାନ୍ତର ସୁନିଶ୍ଚିତ କରିବା ପାଇଁ ଜେନେଭାରେ ଜରୁରୀ ଆଲୋଚନା ନିମନ୍ତେ ଜାତିସଂଘର ସିରିଆ ପାଇଁ ଥିବା ସ୍ବତନ୍ତ୍ର ପ୍ରତିନିଧି ଗେଇର ପେଡେର୍ସେନ କହିଛନ୍ତି।

ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ହୟାତ୍‌ ତହରିର୍‌ ଅଲ୍‌-ଶାମ୍‌ (ଏଚ୍‌ଟିଏସ୍‌) ନେତୃତ୍ୱରେ ସିରିଆ ବିଦ୍ରୋହୀମାନେ ନଭେମ୍ବର ୨୭ରୁ ଅତର୍କିତ ଆକ୍ରମଣ ଆରମ୍ଭ କରିଥିଲେ। ସେମାନେ ଉତ୍ତର ଓ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳକୁ ଦଖଲ କରିସାରିଲେଣି। ଦେଶର ପ୍ରମୁଖ ସହର ଆଲେପ୍ପୋ, ହମା ଏବଂ ଡେଇର୍‌ ଇଜୋର ଏବେ ସେମାନଙ୍କ ଅକ୍ତିଆରରେ। ବିଦ୍ରୋହୀମାନେ ଦେଶର ତୃତୀୟ ବୃହତ୍‌ ସହର ହୋମ୍ସର ନିକଟତର ହୋଇଛନ୍ତି। ଆକ୍ରମଣ ଯୋଗୁ ୧୫ ଲକ୍ଷ ଲୋକ ଘରଦ୍ୱାର ହରାଇପାରନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ସିରିଆ ସ୍ଥିତିର ରାଜନୈତିକ ସମାଧାନ ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ତୁର୍କୀ ପ୍ରତିପକ୍ଷ ହାକନ ଫିଦଁାଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ସିରିଆ ସହ ତୁର୍କୀର ୯୧୧ କିଲୋମିଟର ସୀମା ରହିଥିବାବେଳେ ଏହି ଦେଶ ଅସାଦଙ୍କ ବହିଷ୍କାର ପାଇଁ ୨୦୧୧ ଗୃହଯୁଦ୍ଧ ଆରମ୍ଭ ସମୟରୁ ବିଦ୍ରୋହୀ ସଂଗଠନକୁ ସମର୍ଥନ କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?