ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର,୨୨ା୩: ନୂଆ ସିଲାବସ୍‌ ଲାଗୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ସୂଚନା ଦେଇଛନ୍ତି। ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍‌ ଲାଗୁ ହେବ।

NEP ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରୀଛାତ୍ରଙ୍କ ସିଲାବସ୍‌ ପରିବର୍ତ୍ତନ ହେବ। ଆମ ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ରୂପରେ ଆସିବ ନୂଆ ସିଲାବସ୍‌। ଏନେଇ କମିଟି ତର୍ଜମା କରୁଛି, ରାଜ୍ୟ ପାଇଁ ଯାହା ଠିକ୍‌ ହେବ ତାହା ସିଲାବସ୍‌ରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।