ଜମିବାଡ଼ି ବିବାଦରୁ ଗାଁରେ ବୁଲିଲା ଖଣ୍ଡା, ଭୟଭୀତ ହୋଇ ଲୋକେ…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତନ୍ତିଆ ପାଳ ଥାନା ଅଧୀନ ସ୍ଥାନୀୟ ଜମ୍ବୁ-ବାବର ମୁଖ୍ୟ ରାସ୍ତା କଣ୍ଟିଲୋ ଛକଠାରେ ଶନିବାର ଅପରାହ୍ନରେ ଜମିଜମା ସମସ୍ୟାକୁ ନେଇ ଖଣ୍ଡା ବୁଲିଛି। ଏଥିରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ପୋଲିସକୁ ଅଟକ ରଖିଛନ୍ତି। ଖବର ପାଇ ତନ୍ତିଆପାଳ ଥାନାଧିକାରୀ କିଶୋର କୁମାର ତରାଇଙ୍କ ସହିତ ଟିମ୍‌ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।

ମିଳିଥିବା ସୂଚନାନୁସାରେ, ଏହି ଗ୍ରାମର ଦୁଇ ପରିବାର ମଧ୍ୟରେ ଜମି କିଣାବିକା ହୋଇଥିଲା। ଜମି ବିକ୍ରି କରିବା ଲୋକ ଜମି କ୍ରେତାଙ୍କୁ ଜମି ଫେରାଇବା ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ସ୍ଥାନୀୟ ଯୁବକ ଭୁବନେଶ୍ୱର ଅଞ୍ଚଳରୁ ଦୁଇ ସହଯୋଗୀଙ୍କ ଏକ କାର୍‌ ଯୋଗେ ଏହି ଗ୍ରାମରେ ପହଞ୍ଚି ଦୁଇଟି ଖଣ୍ଡା ବୁଲାଇଥିଲେ। ଫଳରେ ଲୋକମାନେ ଭୟଭୀତ ହୋଇ ମୁଖ୍ୟ ଯୁବକକୁ ଅଟକ ରଖି ଥାନାବାବୁଙ୍କୁ ହସ୍ତାନ୍ତର କରିଥିଲେ। ଥାନାରେ ଅଟକ ଥିବା ଯୁବକ ଅର୍ଜୁନ ମାନ୍ନା ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଏ ନେଇ ଟାୟାର ଜାଳି ନ୍ୟାୟ ଆଶାରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share
Tags: swordvillage