ଶରୀରକୁ ଫିଟ୍‌ ରଖେ ଦୋଳି

ରଜପର୍ବ ଭିତରେ ଝିଅ ଆଉ ମହିଳାମାନଙ୍କ ସବୁଠାରୁ ଦୁର୍ବଳତା ହେଉଛି ରଜ ଦୋଳି। ରଜ ଦୋଳି ଏଯାବତ କେବଳ ବିଭିନ୍ନ ଗାଁ ଗଣ୍ଡାରେ ନୁହେଁ ସହରରେ ମଧ୍ୟ ଏହାର ଆକର୍ଷଣ ବଢ଼ୁଛି। ତେବେ ଆମେ ଏହି ରଜ ଦୋଳି ଆଲୋଚନା ସମୟରେ ଆସନ୍ତୁ ଟିକିଏ ଜାଣିବା ପ୍ରକୃତରେ ଶରୀର ପାଇଁ ଦୋଳିର ଆବଶ୍ୟକତା କେତେ।
ସାଧାରଣତଃ ସମସ୍ତେ ଭାବନ୍ତି ଛୋଟ ପିଲାମାନେ ଦୋଳି ଖେଳିବା ଦରକାର। ବୟସ୍କଙ୍କ ଏହା ଆବଶ୍ୟକତା ନାହିଁ। ହେଲେ ଧାରଣା ପୂରା ଭୁଲ୍‌। ଛୋଟଠାରୁ ବୟସ୍କ ସମସ୍ତେ ଦୋଳି ଖେଳିବା ଦରକାର। ଏହାଦ୍ୱାରା ମନୋରଞ୍ଜନ ହେବା ସହ ବ୍ୟାୟାମ ହୋଇଥାଏ। ଶରୀର ମଧ୍ୟ ସୁସ୍ଥ ରହେ। ଦୋଳି ଖେଳିବା ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ସକ୍ରିୟ ହୋଇଥାଏ। ଗୋଡ଼, ହାତ, ଛାତି, ପେଟ ଓ ମସ୍ତିଷ୍କ ଆଦିର ବ୍ୟାୟାମ ହୋଇଥାଏ। ଏହାଦ୍ୱାରା ବିଭିନ୍ନ ରୋଗ ଦୂର ହୋଇଥାଏ। ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର କରିଥାଏ। ଦୋଳି ଖେଳିବା ସମୟରେ ପାଦକୁ ଭୂମିରେ ଲଗାଇ ବଳ ପ୍ରୟୋଗ କରି ଦୋଳିରେ ଆଗକୁ ଆସିବାକୁ ପଡ଼େ। ପୁନଃ ପଛକୁ ଯିବାକୁ ହୁଏ। ଦୋଳି ଖେଳିବା ସମୟରେ ଗୋଡ଼ ସିଧା ଲମ୍ବାଇ ତଳକୁ ରଖି ପଛକୁ ଫେରିବାକୁ ହୋଇଥାଏ। ଏହାଦ୍ୱାରା ଆଣ୍ଠୁର ବ୍ୟାୟାମ ହୋଇଥାଏ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଶଙ୍କା ଦୂର ହୋଇଯାଏ। ଗୋଡ଼ର ବ୍ୟାୟାମ ହେବା ଦ୍ୱାରା ଗୋଡ଼ର ମାଂସପେଶୀ ସୁଦୃଢ଼ ହୁଏ। ସେହିପରି ଏହା ବାହୁକୁ ଶକ୍ତ କରିଥାଏ। ଦୋଳି ଧରି ଖେଳିବା ସମୟରେ ନିଜ ଶରୀରକୁ ଦୋଳି ଅନୁଯାୟୀ ଆଗକୁ ଓ ପଛକୁ ନେବା ପାଇଁ ହାତରେ ଦଉଡା ହେଉ କିମ୍ବା ବାଉଁଶ ଉପରେ ଚାପ ପ୍ରୟୋଗ କରିବାକୁ ପଡ଼ିଥାଏ। ଫଳରେ ହାତର ବ୍ୟାୟାମ ହୁଏ ଓ ବାହୁ ଶକ୍ତିଶାଳୀ ହୁଏ। ହାତର ଗଣ୍ଠିରେ ମଧ୍ୟ ଯନ୍ତ୍ରଣା ହୁଏନାହିଁ।
ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ଦୋଳି ଖେଳିବା ଦ୍ୱାରା ହୃଦ୍‌ରୋଗର ଆଶଙ୍କା ହ୍ରାସ ପାଇଥାଏ। ଦୋଳି ଖେଳିବା ସମୟରେ ଛାତିର ବ୍ୟାୟାମ ହୋଇଥାଏ। ଦୋଳିରେ ଆଗକୁ ଯିବା ସମୟରେ ଛାତିକୁ ଆଗକୁ ନେବାକୁ ଏବଂ ପଛକୁ ଆସିବା ସମୟରେ ଛାତିକୁ ମଧ୍ୟ ପଛକୁ ଆଣିବାକୁ ପଡ଼ିଥାଏ। ଏହାଦ୍ୱାରା ହୃଦ୍‌ସ୍ପଦନ ବୃଦ୍ଧି ହୁଏ, ଯାହାକି ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପେଟ ରୋଗ ଦୂର ହୋଇଥାଏ। ଦୋଳି ଖେଳିବା ସମୟରେ ଛାତି ଆଗକୁ ପଛକୁ କରିବା ଦ୍ୱାରା ପେଟରେ ଚାପ ପଡ଼େ। ଯାହା ପେଟରୁ ଚର୍ବି ହ୍ରାସ କରେ। ଏକ୍ସରସାଇଜ ହେବା ଦ୍ୱାରା ପେଟରୁ ଅମ୍ଳ ଦୂର ହୋଇଯାଏ, ଷ୍ଟୋନ ହୁଏ ନାହିଁ, ପାଚନ କ୍ରିୟା ସୁଦୃଢ଼ ହୁଏ ଓ ଭୋକ ଠିକ୍‌ ସମୟରେ କରେ। ଦୋଳି ଖେଳିବା ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟ କରେ। ଫଳରେ ସମ୍ପୂର୍ଣ୍ଣ ଶରୀରର ବ୍ୟାୟାମ ହେବା ଦ୍ୱାରା ଶରୀର ସ୍ଲିମ୍‌ ହୋଇଯାଏ। ରକ୍ତସଞ୍ଚାଳନ ବୃଦ୍ଧି କରିଥାଏ। ଦୋଳି ଖେଳିବା ଦ୍ୱାରା ଶରୀରର ରକ୍ତସଞ୍ଚାଳନ ବୃଦ୍ଧି ହୁଏ। ରକ୍ତ ସଞ୍ଚାଳନ ବୃଦ୍ଧି ହେବା ଦ୍ୱାରା ଶରୀରର ବିଭିନ୍ନ ରୋଗ ଦୂର ହୁଏ ଓ ବ୍ୟକ୍ତି ସୁସ୍ଥ ରହେ।
ମନ ଶାନ୍ତ ରହିଥାଏ। ଦୋଳି ଖେଳିବା ଦ୍ୱାରା ମନୋରଞ୍ଜନ ହୋଇଥାଏ। ଏହା ଶରୀରରେ ଏପରି ଏକ ଶିହରଣ ସୃଷ୍ଟି କରେ, ଯାହା ମନରୁ କ୍ରୋଧ ଦୂର କରି ମନକୁ ଶାନ୍ତ କରେ। ଏହାଦ୍ୱାରା ବ୍ୟକ୍ତି ହାଲୁକା ଅନୁଭବ କରେ। ପିଲା ହୁଅନ୍ତୁ ଅବା ବୟସ୍କ ଏହାଦ୍ୱାରା ବେଶ୍‌ ଆରାମ ଓ ହାଲୁକା ଅନୁଭବ କରନ୍ତି। ମସ୍ତିଷ୍କ ତୀକ୍ଷ୍ମ ହୋଇଥାଏ। ଦୋଳି ଖେଳିବା ଦ୍ୱାରା ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଦୂର ହୋଇଯାଏ। ମସ୍ତିଷ୍କରୁ ଏପରି ଏକ ହର୍ମୋନ ନିର୍ଗତ ହୁଏ ଯାହା ଶରୀର ଓ ମନକୁ ଶାନ୍ତ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କ ଭାରାକ୍ରାନ୍ତରୁ ବାହାରି ହାଲୁକା ହୁଏ ଓ ଅଧିକ ସକ୍ରିୟ ହୁଏ। ଏହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଏ।
ତେବେ ରଜ ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଦୋଳି ଖେଳ ହୋଇଥାଏ। ଆଜିକାଲି ବିଭିନ୍ନ ଅନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦୋଳି ଖେଳିବାର ବ୍ୟବସ୍ଥା ହେଉଛି। ଏସବୁ ଭିତରେ ଦୋଳି ଖେଳିବା ସମୟରେ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ। ଦୋଳିଟି ଠିକ୍‌ ଭାବେ ପ୍ରସ୍ତୁତ ହୋଇଛି କି ନାହିଁ ଭଲ ଭାବେ ଦେଖନ୍ତୁ। କାରଣ ଅନେକ ସମୟରେ ଅଚାନକ ଦୋଳି ଭାଙ୍ଗିଯିବା ପରି ଅଘଟଣ ଓ ଗୁରୁତର ହେବାର ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ। ସେହିପରି ମହିଳାମାନେ ଦୋଳି ଖେଳୁଥିବା ସମୟରେ ନିଜ ପୋଷାକ ପରିପାଟୀକୁ ନେଇ ଟିକିଏ ସତର୍କ ରହିବା ଜରୁରୀ। କାରଣ ଶାଢ଼ି କିମ୍ବା ସାଲୱାର ବେଳେ ବେଳେ ଅସହଜ ବା ଅସୁବିଧାଜନକ ହୋଇଥାଏ। ସେହିପରି ଗର୍ଭବତୀ ମହିଳାଙ୍କ ପାଇଁ ଦୋଳି ଖେଳିବା ମନା। ହୃଦ୍‌ରୋଗ, ଶ୍ୱାସରୋଗ, ମୁଣ୍ଡ ବୁଲାଇଦେବା ସମସ୍ୟା ଏପରିକି ଉଚ୍ଚରକ୍ତଚାପ ଥିବା ମହିଳାମାନଙ୍କ ପାଇଁ ଦୋଳି ଖେଳିବା ସମୟରେ ସତର୍କତା ଅତ୍ୟନ୍ତ ବାଞ୍ଛନୀୟ। ଖାଦ୍ୟ ବା କୌଣସି ପାନୀୟ ଅତ୍ୟଧିକ ଗ୍ରହଣ କରିଥିଲେ ତତ୍‌କ୍ଷଣାତ ପରବର୍ତ୍ତୀ ସମୟରେ ଦୋଳି ଖେଳିବାରୁ ନିବୃତ୍ତ ରୁହନ୍ତୁ। ଦୋଳି ଏକ ଚମତ୍କାର ବ୍ୟାୟାମ, ତେବେ ଏସବୁ ଭିତରେ ଆପଣଙ୍କର ସାମାନ୍ୟତମ ସତର୍କତା ଅବଲମ୍ବନ କଲେ ଏହା ଆପଣଙ୍କ ପାଇଁ ଆନନ୍ଦଦାୟକର ଏକ ଅନୁଭବ ହେବ।

ଡା. କାନ୍ତୀ ନାୟକ
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅଧୀକ୍ଷକ, ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ହସ୍ପିଟାଲ, ସିଡିଏ, କଟକ
ମୋ:୯୪୩୭୬୬୬୪୫୨


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri