ସ୍ବିଗି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ,୨୨।୧୧: ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି
ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି। ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ ଗ୍ରାହକଙ୍କ ଠାରୁ କିଛି ଚାର୍ଜ କରୁଥିଲେ। ବର୍ତ୍ତମାନ ଏହି ଟଙ୍କାକୁ ନେଇ
ଟ୍ୟାକ୍ସ ଅଫିସର ଏବଂ ଖାଦ୍ୟ ବିତରଣ ଆପ ମଧ୍ୟରେ ଅନେକ ସମୟ ଧରି ତିକ୍ତତା ଲାଗି ରହିଥିଲା। ଏହି ଡେଲିଭରି ଚାର୍ଜ ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କା ବିପଦରେ ଅଛି।

ଜୋମାଟୋ ଏବଂ ସ୍ବିଗି କହିଛନ୍ତି, ଡେଲିଭରି ଦେଉଥିବା ବ୍ୟକ୍ତିଙ୍କ ଯିବା ଆସିବା ଖର୍ଚ୍ଚ ପାଇ: କମ୍ପାନୀ ‘ଡେଲିଭରି ଚାର୍ଜ’ ନେଇଥାଏ। ତେବେ ଏନେଇ ଟିକସ ଅଧିକାରୀମାନେ ଏହି ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର ଥିବା କହିଛନ୍ତି।

ସୂଚସୂ ନାନୁସାରେ, ଜୋମାଟୋ ଏବଂ ସ୍ବିଗି ଜିଏସଟି ଅଧିକାରୀଙ୍କ ଠାରୁ ୫୦୦-୫୦୦ କୋଟି ଟଙ୍କାର ନୋଟିସ ପାଇଛନ୍ତି। ଟିକସ ଅଧିକାରୀଙ୍କ କହିବା ଅନୁସାରେ, ଏହି ଦୁଇ କମ୍ପାନୀ ଏପରି ଡେଲିଭରି ଚାର୍ଜ ନେଇ ସେମାନଙ୍କ ରାଜସ୍ବ ଉତ୍ପାଦନ କରୁଛନ୍ତି। ସଂଗୃହୀତ ଡେଲିଭରି ଫିସ ଉପରେ ୧୮% ଟିକସ ସ୍ବରୁପ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri