‘ସ୍ବିଗି’ଆଣିଲା ସ୍ବତନ୍ତ୍ର ଅଫର୍‌; ୯୯ ଟଙ୍କାରେ ୩ ମାସ ମାଗଣା ଡେଲିଭରି ସମେତ ଉଠାନ୍ତୁ ଏସବୁ ରିହାତିର ଲାଭ

ନୂଆଦିଲ୍ଲୀ,୧୨।୧୦: ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ପକ୍ଷରୁ ଏହାର ‘ସ୍ବିଗି ଓ୍ବାନ୍‌ ଲାଇଟ୍‌’ ଲଞ୍ଚ କରାଯାଇଛି। ଏହା କମ୍ପାନୀର ମେମ୍ବରସିପ୍‌ ପ୍ରୋଗ୍ରାମ ‘ସ୍ବିଗି ଓ୍ବାନ୍‌’ର ଏକ କଷ୍ଟ ଇଭେକ୍ଟିଭ୍‌ ଭର୍ସନ ବୋଲି କୁହାଯାଇଛି। ଦେଶର ଏକମାତ୍ର ପ୍ରୋଗ୍ରାମ ଭାବେ ଏହା ଖାଦ୍ୟ, ପିକ୍‌ଅପ୍‌ ଏବଂ ଡ୍ରପ୍‌ ସର୍ଭିସେସ୍‌ ଆଦି ଉପରେ ଗ୍ରାହକଙ୍କୁ ଲାଭ ପ୍ରଦାନ କରିବ ବୋଲି ସ୍ବିଗି ପକ୍ଷରୁ ଦାବି କରାଯାଇଛି। ୩ ମାସର ମେମ୍ବରସିପ୍‌ ଲାଗି ୯୯ ଟଙ୍କା ମୂଲ୍ୟ ରଖାଯାଇଛି। ଏଥିରେ ମାଗଣା ଡେଲିଭରି, ସ୍ବତନ୍ତ୍ର ଅଫର ଏବଂ ରିହାତି ସହ ଅନେକ ପ୍ରକାର ସୁବିଧା ମିଳିବ ବୋଲି କୁହାଯାଇଛି।

ମିଳିବ କି କି ଲାଭ:

-୩ ମାସ ପାଇଁ ସ୍ବିଗି ଓ୍ବାନ୍‌ ଲାଇଟ୍‌ ସବ୍‌ସ୍କ୍ରିପଶନ ନେଲେ ଗ୍ରାହକଙ୍କୁ ୧୪୯ ଟଙ୍କାରୁ ଅଧିକ ମୂଲ୍ୟର ଖାଦ୍ୟ ଅର୍ଡର ଏବଂ ୧୯୯ ଟଙ୍କାରୁ ଅଧିକ ମୂଲ୍ୟର ଇନ୍‌ଷ୍ଟାମାର୍ଟ ଅର୍ଡର ଉପରେ ୧୦ ମାଗଣା ଡେଲିଭରିର ଲାଭ ମିଳିବ

-ଗ୍ରାହକଙ୍କୁ ପ୍ରତିଦିନର ଅଫର ସହ ୨୦ହଜାରରୁ ଅଧିକ ରେଷ୍ଟୁରାଣ୍ଟରୁ ୩୦% ଯାଏ ଅତିରିକ୍ତ ରିହାତିର ସୁବିଧା ମିଳିବ

-୬୦ ଟଙ୍କାରୁ ଅଧିକ ସ୍ବିଗି ଜିନି ଡେଲିଭରିରେ ୧୦% ରିହାତି ମିଳିବ

ପ୍ରକାଶ ଯେ, ପୂର୍ବରୁ ଜୋମାଟୋ ମଧ୍ୟ ମେମ୍ବରସିପ୍‌ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏଥିରେ ଗୋଲ୍ଡ ମେମ୍ବରସିପ୍‌ରେ ୧୯୯ ଟଙ୍କାର ଅର୍ଡର ଉପରେ ୧୦ କିମିରୁ କମ୍‌ ହୋଟେଲରୁ ମାଗଣା ଖାଦ୍ୟ ଡେଲିଭରି ସୁବିଧା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri