ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ

ଭୁବନେଶ୍ୱର, ୧୨।୩ (ବନ୍ଦନା ସେଠୀ):ଦାବି ଓ ଆଲୋଚନା ପରେ ଏବେ କାମ ବନ୍ଦ କରି ରାସ୍ତାକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଓଦା, ଶୁଖିଲା ଆବର୍ଜନା ପୃଥକ୍‌ କରି ନ ଦେବା ଏବଂ ଦରମା ୯ ହଜାରରୁ ୧୫ହଜାରକୁ ବୃଦ୍ଧି କରିବା ଦାବିରେ ସେମାନେ ଅଟଳ ରହିଛନ୍ତି। ଏହି କ୍ରମରେ ସୋମବାର ସକାଳୁ ୫୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡର ସଫେଇ କର୍ମଚାରୀ ଏବଂ ସେମାନଙ୍କ ପ୍ରତିନିଧିମାନେ ଏକାଠି ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ପରେ ମେୟର ସୁଲୋଚନା ଦାସ ସମ୍ପୃକ୍ତ ପ୍ରତିନିଧିମାନଙ୍କୁ ଆଲୋଚନା ପାଇଁ ତାଙ୍କ ବାସଭବନକୁ ଡାକିଥିଲେ। ତେବେ ଆଲୋଚନାରୁ କୌଣସି ସୁଫଳ ମିଳି ନ ଥିଲା। ଆବର୍ଜନା ପୃଥକ ପାଇଁ ଅନ୍ୟ କର୍ମଚାରୀ ରଖିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଏଜେନ୍ସି ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦରମା ବୃଦ୍ଧି କରିବା ତାଙ୍କ ହାତରେ ନାହଁି, ଏନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇବୁ ବୋଲି ମେୟର କହିଥିଲେ। ବୈଠକରେ ବିଏମ୍‌ସିର ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦାବି ପୂରଣ ହେବା ନେଇ ଆଶଙ୍କା ଥିବାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବିଏମ୍‌ସି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ସୂଚନା ଦେଇଛନ୍ତି। ଏଥିସହ ମଙ୍ଗଳବାର ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବା ସହ ଝାଡ଼ୁ, ଟ୍ରଲି ଧରି ସଫେଇ କର୍ମଚାରୀମାନେ ବିଏମ୍‌ସି ଘେରିବେ ବୋଲି ସୂଚନା ଦିଆଯାଇଛି। ଗତ କିଛିଦିନ ହେବ ସହରରେ ପରିମଳ ସ୍ଥିତି ବିଗିଡ଼ିବାରେ ଲାଗିଛି। ପୂର୍ବରୁ ଅଳିଆ ଉଠାଯାଇ ଗୋଟିଏ ଜାଗାରେ ଗଦା କରାଯାଉଥିଲା। ମାତ୍ର ସୋମବାର କାମ ବନ୍ଦ ରହିବାରୁ ବିଭିନ୍ନ ଅଞ୍ଚଳରେ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଗତ ୩ମାସ ହେବ ସହରର ବିଭିନ୍ନ ଓ୍ବାର୍ଡର ସଫେଇ କର୍ମୀଙ୍କୁ ବସ୍ତା ଯୋଗେ ଓଦା, ଶୁଖିଲା ଅଳିଆ ପୃଥକ କରି ଦେବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି, ଯାହାକୁ ସଫେଇକର୍ମୀ ମାନିବାକୁ ନାରାଜ। ସହର ସ୍ବଚ୍ଛତାକୁ ନେଇ କୌଣସି ଅବହେଳା କରାଯିବ ନାହିଁ ବୋଲି ଅଧିକାରୀ କହୁଥିବାବେଳେ ସଫେଇକର୍ମୀଙ୍କ ଅସହଯୋଗ ଏବେ ଏଜେନ୍ସିକୁ ହରଡ଼ଘଣାରେ ପକାଇଛି। ସେହିପରି ଦରମା ନ ବଢିଲେ ଅତିରିକ୍ତ କାମ କରିବୁ ନାହିଁ ବୋଲି ସଫେଇକର୍ମୀମାନେ ରୋକଠୋକ ଭାବେ ଶୁଣାଇ ଦେଇଛନ୍ତି। ତେବେ ବିଏମ୍‌ସି ଅଧିକାରୀ, ଏଜେନ୍ସି ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବାରମ୍ବାର ଏଭଳି ସମସ୍ୟା ଦେଖା ଦେଉଥିବାବେଳେ ସହରର ପରିମଳ ବ୍ୟବସ୍ଥା ଦିଗହରା ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri