ମା’ଙ୍କ ଗହଣା ବନ୍ଧାପକାଇ ହୋଟେଲ ଖୋଲିଥିଲି

୧୯୫୭ ଫେବୃୟାରୀ ୩ରେ ଯାଜପୁରରେ ଜନ୍ମ ଗ୍ରହଣ କରିଥିଲେ ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଡ. ଜିତେନ୍ଦ୍ର କୁମାର ମହାନ୍ତି। ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏଶନ ଶେଷ କରି ଓଡ଼ିଶା ଫେରିବା ପରେ ମା’ଙ୍କ ସହଯୋଗରେ ହୋଟେଲ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ପ୍ରଥମେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ହୋଟେଲ ସ୍ବସ୍ତି ଖୋଲିଥିଲେ। ପରବର୍ତ୍ତୀ ସମୟରେ ଷ୍ଟାର୍‌ ହୋଟେଲ ସ୍ବସ୍ତି ପ୍ରିମିୟମ, ଗୋପାଳପୁର ଓ ଚିଲିକାରେ ସ୍ବସ୍ତି ଚିଲିକା ରିସୋର୍ଟ, ସାତପଡ଼ା ଓ ଭିତରକନିକାରେ ସ୍ବସ୍ତି ଭ୍ୟାକେସନ୍‌ କ୍ଳବ୍‌, ସ୍ବସ୍ତି ଏଜୁକେଶନାଲ ଫାଉଣ୍ଡେଶନ, ସ୍ବସ୍ତି ଟ୍ରାଭେଲ୍ସ ଆଣ୍ଡ୍‌ ଏକ୍ସପୋର୍ଟ, ସ୍ବସ୍ତି ପାମ୍‌ ରିସର୍ଟ ଭଳି ବଡ଼ ବଡ଼ ଅନୁଷ୍ଠାନ ଗଢ଼ିଥିଲେ। ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଡ. ମହାନ୍ତି ଇତିମଧ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ବର୍ତ୍ତମାନ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଓଡ଼ିଶାର ଆଜୀବନ ଅଧ୍ୟକ୍ଷ ଅଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇଥିବା ଡ. ମହାନ୍ତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ପ୍ରଶ୍ନ-ପର୍ଯ୍ୟଟନ ତଥା ହୋଟେଲ ଇଣ୍ଡଷ୍ଟ୍ରିରେ ଯାତ୍ରା କିପରି ଆରମ୍ଭ କରିଥିଲେ?
ଉ- ୧୯୮୦ରେ ମା’ ଗହଣା ବନ୍ଧା ପକାଇ ଦେଇଥିବା ୧ଲକ୍ଷ ଟଙ୍କାରୁ ହୋଟେଲ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲି। ଏକ୍ଷେତ୍ରରେ ଯିବା ପାଇଁ ବାପା ପ୍ରଥମେ ବାରଣ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କ ପ୍ରେରଣା ମୋତେ ଏତେ ସଫଳତା ଦେଇଛି। ମାଷ୍ଟର କ୍ୟାଣ୍ଟିନରେ ଥିବା ବର୍ତ୍ତମାନର ସ୍ବସ୍ତି ଗ୍ରାଣ୍ଡ୍‌(ହୋଟେଲ ସ୍ବସ୍ତି)ର ୧୦ଟି ରୁମ୍‌ ଓ ୯ଜଣ କର୍ମଚାରୀଙ୍କୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏବେ ଇଂଲଣ୍ଡରୁ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଥିବା ମୋ ପୁଅ ମଧ୍ୟ ଏଥିରେ ଯୋଡି ହୋଇଛି। ପ୍ରାୟ ୧୫୦୦ ଲୋକଙ୍କୁ ନିଯୁକ୍ତି ଦେବା ସହ ସାରା ଓଡ଼ିଶାରେ ଏ ଦିଗରେ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଛି।
ପ୍ର-କିଟ୍‌ ବିଶ୍ୱବିଦ୍ୟାଳୟରୁ ଆପଣଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଛି। ଏ ସମ୍ପର୍କରେ କ’ଣ କହିବେ?
ଉ- ଏହି ସମ୍ମାନଜନକ ଉପାଧି ମୋତେ ମିଳିବ ବୋଲି ଜାଣି ନ ଥିଲି। ତେବେ ପରେ ଜାଣିବାକୁ ପାଇଲି ଯେ, ପ୍ରାୟ ୪୦ ବର୍ଷ ଧରି ପର୍ଯ୍ୟଟନ ତଥା ହୋଟେଲ ଇଣ୍ଡଷ୍ଟ୍ରି ପ୍ରତି ମୋର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି। ମୋ ସ୍ବର୍ଗତ ବାପା ମା’, ପରିବାରର ସଦସ୍ୟ ଓ ସର୍ବୋପରି ଈଶ୍ୱରଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। କିଟ୍‌ ଓ କିସ୍‌କୁ କୃତଜ୍ଞତା ଜଣାଇବାକୁ ଚାହିଁବି। ଏହା କେବଳ ଏକ ସମ୍ମାନ ନୁହେଁ, ଏହା ମୋ ପାଇଁ’ ଏକ ଦାୟିତ୍ୱ। ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରୁଥିବା ପ୍ରତିଟି ବ୍ୟକ୍ତିଙ୍କ ସହ ଯୋଡି ହୋଇ ଏହି ପ୍ରୟାସକୁ ଆଗକୁ ନେବାକୁ ଏହି ସମ୍ମାନ ପ୍ରେରଣା ଦେବ।
ପ୍ର- କେବେ କିଛି ସଂଘର୍ଷ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି କି?
ଉ- ଅନେକ ସମସ୍ୟାର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିଛି। ୧୯୯୯ ମସିହା ମହାବାତ୍ୟା ଓ କୋଭିଡ୍‌-୧୯ ମହାମାରୀ ସମୟରେ ସ୍ବସ୍ତି ଗ୍ରୁପ୍‌ର କର୍ମଚାରୀଙ୍କ ଜୀବନଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀ ଜଗନ୍ନାଥଙ୍କ କୃପାରୁ ସେସମୟ ମଧ୍ୟ ଅତିକ୍ରମ କରିଯାଇଛି।
ପ୍ର-ବିଜ୍‌ନେସ କ୍ଷେତ୍ରରୁ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିବାରେ ସ୍ବସ୍ତିଗ୍ରୁପ୍‌ର କ’ଣ ଲକ୍ଷ୍ୟ ରହିଛି?
ଉ- ପର୍ଯ୍ୟଟନ ତଥା ହୋଟେଲ ଇଣ୍ଡଷ୍ଟ୍ରିରେ ଦକ୍ଷ କର୍ମଚାରୀ ନିୟୋଜିତ ହେଲେ ଏହି କ୍ଷେତ୍ରର ପ୍ରଗତି ତ୍ୱରାନ୍ବିତ ହୋଇପାରିବ। ଦକ୍ଷ କର୍ମଚାରୀ ସୃଷ୍ଟି ପାଇଁ ୨୦୧୪ରେ ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ ଆରମ୍ଭ ହୋଇଥିଲା। ଏଠାରୁ ଶିକ୍ଷାଲାଭ କରିଥିବା ଛାତ୍ରୀଛାତ୍ର ନୋଭୋଟେଲ, ଷ୍ଟାର୍‌ଉଡ୍‌, ତାଜ୍‌, ଓବରଏ, ଲିଲା ଗ୍ରୁପ୍‌, ଆଇଟିସି ଭଳି ବିଶ୍ୱର ବଡ଼ବଡ଼ ହୋଟେଲରେ ନିଯୁକ୍ତ ହେବା ସହ ସ୍କିଲ୍‌ ଇଣ୍ଡିଆ ପକ୍ଷରୁ ଗୋଲ୍ଡ ମେଡାଲ ମଧ୍ୟ ହାସଲ କରିପାରିଛନ୍ତି।
ପ୍ର- ପୁରୀରେ ନିର୍ମାଣାଧୀନ ‘ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ’ ସମ୍ପର୍କରେ କ’ଣ କହିବେ?
ଉ- ପୁରୀ ସମୁଦ୍ର କୂଳରେ ପ୍ରଥମ ୫-ଷ୍ଟାର୍‌ ହୋଟେଲ ଭାବେ ‘ସ୍ବସ୍ତି ପ୍ରିମିୟମ ବିଚ୍‌ ରିସୋର୍ଟ’ ସେବା ଯୋଗାଇବ। ଜଗନ୍ନାଥ ଧାମ ପୁରୀକୁ ବର୍ଷସାରା ଆସୁଥିବା ପର୍ଯ୍ୟଟକଙ୍କୁ ଏକ ସ୍ବତନ୍ତ୍ର ଅନୁଭୂତି ଦେବାରେ ଏହା ସହାୟକ ହେବ। ୧୪ ମହଲା ଓ ୧୫୨ରୁମ୍‌ ବିଶିଷ୍ଟ ଏହି ହୋଟେଲରେ ଆଗନ୍ତୁକଙ୍କ ପାଇଁ ଡାଇନିଂ ରେଷ୍ଟୁରାଣ୍ଟ, ଫୁଡ୍‌ କୋର୍ଟ, ଜିମ୍‌, ଗେମ୍‌ ଜୋନ୍‌, ସ୍ବିମିଂ ପୁଲ୍‌ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ଉପଲବ୍ଧ ହେବ। ୩ଟି ଓ୍ବେଡିଂ ଭେନ୍ୟୁ ସହ କନ୍‌ଭେନଶନ୍‌ ଭେନ୍ୟୁ ଏହି ହୋଟେଲର ଅନ୍ୟତମ ଆକର୍ଷଣ।
ପ୍ର- ଆପଣଙ୍କ ସଫଳତାର ମନ୍ତ୍ର କ’ଣ? ହୋଟେଲ ଇଣ୍ଡଷ୍ଟ୍ରିରେ ଭବିଷ୍ୟତ ଗଢ଼ିବାକୁ ଚାହଁଥିବା ଯୁବପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ?
ଉ- ଈଶ୍ୱର ଓ ଗୁରୁଜନଙ୍କ ଆଶୀର୍ବାଦ ହିଁ ମୋ ସଫଳତାର ମନ୍ତ୍ର। ଯୁବପିଢ଼ିଙ୍କୁ ଏତିକି କହିବି, ରାତାରାତି ସଫଳତା ମିଳେ ନାହିଁ। ଏଥିପାଇଁ ଦୃଢ଼ ଇଚ୍ଛାଶନ୍ତି ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଈଶ୍ୱରଙ୍କ ଉପରେ ଭରସା ରଖି ଆଗକୁ ବଢ଼ିଲେ ସଫଳତା ନିଶ୍ଚୟ ମିଳିବ।
(ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?