ସ୍ୱରା ବଡ଼ ଭାସ୍କରଙ୍କ ବୟାନ: ସମସ୍ତେ ଉଭୟଲିଙ୍ଗୀ, ଡିମ୍ପଲ ଯାଦବଙ୍କୁ କରୁଛନ୍ତି ପସନ୍ଦ

ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)।

ସ୍ୱରା ବର୍ତ୍ତମାନ ରିଅଲିଟି ଶୋ ‘ପତି ପତ୍ନୀ ଔର ପଙ୍ଗା – ଜୋଡ଼ିୟୋଂ କା ରିଅଲିଟି ଚେକ’ରେ ତାଙ୍କ ସ୍ୱାମୀ ତଥା ରାଜନେତା ଫହାଦ ଅହମଦଙ୍କ ସହ ଦେଖାଯାଉଛନ୍ତି। ଏକ ସାକ୍ଷାତକାରରେ ସ୍ୱରା କହିଛନ୍ତି, “ସମଲିଙ୍ଗୀତା ଏକ ଆଦର୍ଶ (ଆଇଡିଓଲୋଜି) ଯାହା ହଜାର ହଜାର ବର୍ଷ ଧରି ସାଂସ୍କୃତିକ ଭାବେ ଆମ ଉପରେ ଲଦି ଦିଆଯାଇଛି। ଆମେ ସମସ୍ତେ ଉଭୟଲିଙ୍ଗୀ, କିନ୍ତୁ ମାନବ ଜାତିର ବଂଶ ବିସ୍ତାର ପାଇଁ ସମଲିଙ୍ଗୀତାକୁ ଆଦର୍ଶ କରାଯାଇଛି।”

ସାକ୍ଷାତକାରରେ ସେ କାହା ପ୍ରତି ଆକର୍ଷିତ ବୋଲି ପଚରାଯିବାରେ ସ୍ୱରା ସମାଜବାଦୀ ପାର୍ଟିର ସାଂସଦ ଡିମ୍ପଲ ଯାଦବଙ୍କ ନାମ ନେଇଛନ୍ତି। ସେ ମଜା କରି କହିଛନ୍ତି ଯେ, ତାଙ୍କ ଏହି ବୟାନ ପରେ ତାଙ୍କ ସ୍ୱାମୀଙ୍କ ରାଜନୈତିକ ଜୀବନ ମହାରାଷ୍ଟ୍ର ପରେ ଉତ୍ତରପ୍ରଦେଶରେ ମଧ୍ୟ ବିପଦରେ ପଡ଼ିପାରେ। ସ୍ୱରା ଜଣାଇଛନ୍ତି ଯେ ସେ ନିକଟରେ ଡିମ୍ପଲ ଯାଦବଙ୍କୁ ଭେଟିଥିଲେ ଏବଂ ଏହା ପୂର୍ବରୁ ଡିମ୍ପଲଙ୍କ ଜନ୍ମଦିନରେ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।

ସୂଚନାଯୋଗ୍ୟ, ୨୦୨୩ରେ ସ୍ୱରା ଓ ଫହାଦଙ୍କ ଝିଅ ରାବିୟା ଜନ୍ମ ହୋଇଥିଲା। ସମ୍ପ୍ରତି ସେ ମାତୃତ୍ୱ ଗ୍ରହଣ ପରେ ନିଜର ପରିଚୟ ସଙ୍କଟ ଅନୁଭବ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀଙ୍କୁ ଜାତିଗତ ଅପମାନ କରିଥିବା ଜଣେ ଟ୍ରୋଲରଙ୍କୁ ମଧ୍ୟ ଜବାବ ଦେଇ ଚର୍ଚ୍ଚାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri