ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି। ତେବେ ଯାଜପୁର ଲୋକ ସଭା ଅଧୀନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏବେ ନିର୍ବାଚନୀ ପରିବେଶ ସରଗରମ ହୋଇଛି। ପ୍ରତି ମୁହୂର୍ତ୍ତରେ ନିର୍ବାଚନକୁ ନେଇ ଅଙ୍କକଷା ଓ ଗୋଟି ଚାଳନା ହେଉଛି। କେମିତି ନିର୍ବାଚନୀ ବୈତରଣୀ ପାର ହେବେ ସେଥିପାଇଁ ପ୍ରାର୍ଥୀଙ୍କ ଆଖିକୁ ନିଦ ନାହିଁ କି ଖରାକୁ ଖାତିର ନାହିଁ। ଏଠାରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଚାଲିଛି। ହାରଜିତରେ ସେହି ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କେତେଜଣ କହିଛନ୍ତି। ଅନ୍ୟପକ୍ଷେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ(ଜିତୁ) ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଥିବାବେଳେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି ପ୍ରଥମ ଥର ପାଇଁ ଏଠାରେ ଖାତା ଖୋଲିବାକୁ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷେ କଂଗ୍ରେସର ଭୋଟ ଥଳି ହାଲୁକା ହୋଇଥିଲେ ହେଁ ଦଳୀୟ ଶୃଙ୍ଖଳା ବଜାୟ ରହିଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ଜିତୁଙ୍କ ସମେତ ଭାଜପାର ରମେଶ ଚନ୍ଦ୍ର ପରିଡ଼ା, କଂଗ୍ରେସର ସ୍ମୃତିରେଖା ପହି ପ୍ରାର୍ଥୀ ହୋଇଥିଲେ। ଜିତୁ ରମେଶଙ୍କୁ ସର୍ବାଧିକ ୫୨,୭୩୯ ଭୋଟ ବ୍ୟବଧାନରେ ହରାଇଥିଲେ। ବିଜେଡି ଏଠାରେ ୧,୦୧,୩୬୪ ଭୋଟ ପାଇଥିଲାବେଳେ ଭାଜପାକୁ ୪୮,୬୨୫ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ୧୮,୫୮୮ ଭୋଟ ପାଇଥିଲେ। ଏହାପରେ ସେ ଭାଜପାରେ ସାମିଲ ହୋଇ ଏଥର ପ୍ରାର୍ଥୀ ହୋଇଛନ୍ତି। ଭାଜପା ଟିକେଟ ପାଇଁ ହିମାଂଶୁ ଜୋରଦାର ପ୍ରୟାସ କରି ବିଫଳ ହେବା ପରେ ସେ ବିଦ୍ରୋହୀ ଭାବେ ସ୍ବାଧୀନରୁ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି। ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ କହି ଜନ ସମର୍ଥନ ହାସଲରେ ଲାଗି ପଡିଛନ୍ତି। ଏଭଳି ସ୍ଥିତିରେ ମୋଦି ହାଓ୍ବା ସତ୍ତ୍ୱେ ଏଠାରେ ହିମାଂଶୁ ଭୋଟକୁ ଭାଗ ଭାଗ କରି ପାରିଲେ ବିଜେଡି ପାଇଁ ଅଧିକ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ୨୦୨୨ ଜିଲା ପରିଷଦ ନିର୍ବାଚନରେ ବିଜେଡିର ୩% ଓ ଭାଜପାର ୮% ଭୋଟ ବଢିଛି। ତେବେ ଏହି ୨ ବର୍ଷ ମଧ୍ୟରେ ରାଜ୍ୟରେ ବଢି ଥିବା ମୋଦି ହାଓ୍ବାକୁ ପ୍ରତିହତ କରିବାକୁ ବିଜେଡି ଏଠାରେ ଉତ୍ସାହିତ ହୋଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଆଲୋଚନା ହେଉଛି। ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାକୁ ଜିତୁ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସୁଚାରୁରୂପେ କାର୍ଯ୍ୟକାରୀ କରି ପାରିଥିବା କର୍ମୀମାନେ କହି ବୁଲୁଛନ୍ତି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ସେ ଯୁବଗୋଷ୍ଠୀଙ୍କ ଅତି ନିକଟତର ହୋଇ ପାରିଛନ୍ତି। ନିର୍ବାଚନୀ ତାରିଖ ଘୋଷଣା ହେବା ପରଠାରୁ ବହୁ କର୍ମୀ ବିଜେଡି ଶିବିରରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ହିମାଂଶୁ ଜଣେ ଯୁବ ସ୍ବାଧୀନ ପ୍ରାର୍ଥୀ। ତେଣୁ ସେ ଯୁବପିଢିଙ୍କ ମନ ଜିଣିବାରେ ଲାଗିଛନ୍ତି। ଯାହା କି ଭାଜପା ପ୍ରାର୍ଥୀ ସ୍ମୃତିରେଖାଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି କୁହାଯାଉଛି। ସେ ସ୍ମୃତିରେଖାଙ୍କ ପାଇଁ ପ୍ରତିବନ୍ଧକ ଭାବେ ଉଭା ହୋଇଛନ୍ତି। ବିଜେଡି ଓ ଭାଜପା ମଧ୍ୟରେ ମୁକାବିଲା ହେଉଥିଲେ ବି ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri