ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ହଷ୍ଟେଲ ଛାଡିବାକୁ ଯାଇ ଫେରିଲା ମୃତଦେହ

ଦାରିଙ୍ଗବାଡି,୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହଷ୍ଟେଲ ଛାଡିବାକୁ ଯାଇଥିବା ବାପାଙ୍କ ମୃତଦେହ ଘରକୁ ଫେରିଛି।
ପ୍ରକାଶ ଯେ, ଉକ୍ତ ଫାଣ୍ଡି କୁକେରମାହା ଗ୍ରାମର ମହେଶ୍ୱର ପ୍ରଧାନ (୩୯) ଶୁକ୍ରବାର ଅପରାହ୍ନରେ ସ୍ତ୍ରୀ ଅମିତା ପ୍ରଧାନଙ୍କ ସହ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅ ଦାମୋଦରଙ୍କୁ ହଷ୍ଟେଲ ଛାଡିବାକୁ ଯାଇଥିଲେ ପୁଅକୁ ହଷ୍ଟେଲରେ ଛାଡିବା ପରେ ସ୍ତ୍ରୀ ଅମିତା ଘରକୁ ଫେରିଥିଲେ। ମାତ୍ର  ମହେଶ୍ୱର ବୁଡ଼ାଗୁଡା ବଜାରରେ ଅଟକି ଯାଇଥିଲେ। ସେ ଘରକୁ ଆଉ ସେହି ରାତିରେ ଫେରି ନ ଥିଲେ ସକାଳୁ ପରିବାର ଲୋକ ଖବର ପାଇଲେ ଯେ, ବାଟରେ ମହେଶ୍ୱରଙ୍କ ମୃତଦେହ ପଡିଛି । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମହେଶ୍ୱରଙ୍କ ମୃତଦେହକୁ ଘରକୁ ଆଣିଥିଲେ। ତେବେ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛିା କେହି ଜଣେ ବ୍ୟକ୍ତି ୧୧୨ ନମ୍ବରକୁ ଫୋନ କରି ମହେଶ୍ୱରଙ୍କୁ ମୃତଦେହ ପଡିଥିବା ଓ କିଛି ଅଘଟଣ ଆଶଙ୍କା କରି ତଦନ୍ତ ପାଇଁ ଜଣାଇଥିଲେ। ଖବର ପାଇ ବୁଡ଼ାଗୁଡା ଫାଣ୍ଡି ଅଧିକାରୀ ଉଦ୍ଧବ କୁମାର ଯାନୀ ସଦଳବଳ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏହା କୈଣସି ଅଘଟଣ ନୁହଁ ସେ ଭୋକ ଉପାସରେ ଥାଇ ପାରନ୍ତି ଅନ୍ୟ କିଛି  ସ୍ବାସ୍ଥ୍ୟଗତ କାରଣରୁ ମୃତ ହୋଇଥାଇପାରେ ଆମର କୌଣସି ଅଭିଯୋଗ ନାହିଁ ବୋଲି ପରିବାର ପକ୍ଷରୁ ଲିଖିତ ପତ୍ର ପୋଲିସ ଅଧିକାରୀଙ୍କୁ ଦେଇଛନ୍ତି। ପୋଲିସ ପ୍ରାଥମିକ ତଦନ୍ତ ଓ ପରିବାର ଲୋକଙ୍କ ଅଭିଯୋଗ ନ ଥିବା ଲିଖିତ ପତ୍ର ଧରି ସେଠାରୁ ଫେରିଥିବା ଫାଣ୍ଡି ଅଧିକାରୀ ଉଦ୍ଧବ କୁମାର ଯାନୀ କହିଛନ୍ତି ।
Dharitri – Odisha’s No.1 Odia Daily

Share
Tags: kandhamal