ଭୁବନେଶ୍ୱର,୩।୯: ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ବୁଧବାର ଏକ ଅଘଟଣ ଘଟିଛି। କେନ୍ଦ୍ରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ପରିବାର ଲୋକେ ଯୁବକଙ୍କ ମୃତ୍ୟୁକୁ ଗ୍ରହଣ କରୁ ନ ଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଯୁବକ ଜଣକ ବାଙ୍କୀ ଥାନା ସିଂହନାଥପୁରର ଅଞ୍ଚଳର ବୋଲି ଜଣାପଡିଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଘଟଣା ସମ୍ପର୍କରେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି।


