ସନ୍ଦେହଜନକ ଭାବେ ସାହି ମଝିରେ ପଡିରହିଛି ମୃତଦେହ: ପୋଲିସ ପହଞ୍ଚି କରୁଛି ଖୋଳତାଡ

ପଟ୍ଟାଙ୍ଗି,୮ା୮(ଶରତ ଧଳ): ସାହି ମଝିରେ ପଡିରହିଛି ମୃତଦେହ। ପୋଲିସ ପହଞ୍ଚି ଆରମ୍ଭ କରିଛି ଖୋଳତାଡ। ଏହିପରି ଏକ ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସାହି ପରିସରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଉକ୍ତ ସାହିରେ ବସବାସ କରୁଥିବା ଅନାଦି ପୂଜାରୀ ଏକ ଗ୍ରୋସରି ଦୋକାନରେ ସବୁଦିନ ପରି କାମ ସାରି ନିଜ ଘରକୁ ଫେରି ପିଲାଛୁଆ ଏବଂ ସ୍ତ୍ରୀଙ୍କୁ ନେଇ ରହିଥାଏ। ବିଡମ୍ବନାର କଥା ଏହି କି ଗୁରୁବାର ଭୋର ସକାଳୁ ଉକ୍ତ ସାହି ମଝିରେ ଅନାଦିଙ୍କର ମୃତ ଦେହ ପଡି ରହିଥିବା ସମସ୍ତଙ୍କୁ ଚକିତ କରିବା ସହ ଅନେକ କିଛି ସନ୍ଦେହ ସୃଷ୍ଟି କରିଛି। ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ମୃତର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିବା ସହ ଖୋଳତାଡ କରୁଛି।
ଅନ୍ୟପକ୍ଷରେ ଥାନାଧିକାରୀ ଚତୁର୍ଭୁଜ ନାୟକ, ସରପଞ୍ଚ ଆଲମେ ଫୁଲ, ୱାର୍ଡ ସଭ୍ୟ ଅର୍ପଣ ହିମିରିକା ପ୍ରମୁଖ ଉକ୍ତ ସାହିରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ କରିଥିବାବେଳେ ମୃତ ଅନାଦିକୁ କିଏ ବା କାହିଁକି ହତ୍ୟା କରିଲା ବୋଲି ସାହି ବାସିନ୍ଦା ଓ ପୋଲିସ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଥିବାବେଳେ ଏହା ନିଜ ପରିବାର ମଧ୍ୟରେ କୈଣସି କଥାକୁ ନେଇ ହାତାହାତି ହୋଇ ଥିବା ନେଇ ଆଲୋଚନା ହେଉଥିବାବେଳେ ମୃତ ଅନାଦିକୁ ବେକରେ କେହି ରସି ଭିଡି ମାରିଥିବା ଦେଖିବାକୁ ମିଳିଛି।
ଏଠାରେ ସୂଚନା ଥାଉକି ମୃତ ଅନାଦି ପୂଜାରୀ ସୁଦୂର ଯାଜପୁର ଜିଲା କୁଆଖିଆ ଅଞ୍ଚଳର କଣ୍ଟିତର ଗ୍ରାମର ହୋଇ ଥିବାବେଳେ ସେ କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଉପରୋକ୍ତ ସାହିର କୁନି ଖିଲ ନାମକ ଯୁବତୀଙ୍କୁ ବିବାହ କରି ଏକ ଗ୍ରୋସରି ଦୋକାନରେ କାମ କରି ବସବାସ କରୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri