ପୁରୁଣା ପ୍ରକୃତି ଛାଡୁନାହିଁ ଚାଇନା, ତାଇଓ୍ବାନ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦେଖାଦେଲା ସନ୍ଦିଗ୍ଧ ବେଲୁନ

ତାଇପେଇ ସିଟି,୧୨।୧: ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି ଏହି ଛୋଟ ଦ୍ୱୀପ ଉପରେ ଥାଏ । ୧୨ ଜାନୁଆରୀରେ ତାଇୱାନରେ ମତଦାନ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୨ କୋଟି ୩୦ଲକ୍ଷ ଭୋଟର ଅଂଶଗ୍ରହଣ କରିବେ। ନିର୍ବାଚନ ମଧ୍ୟରେ ଚାଇନା ଅନୁପ୍ରବେଶ ଜାରି ରହିଛି, ଯେଉଁ କାରଣରୁ ଉତ୍ତେଜନା ବୃଦ୍ଧି ପାଇଛି।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର (ଜାନୁଆରୀ ୧୨)ରେ କହିଛି ଯେ ଏହାର ଅଧିକାରୀମାନେ ଗତ ୨୪ଘଣ୍ଟା ମଧ୍ୟରେ ତାଇୱାନ ଷ୍ଟ୍ରାଇଟ ଉପରେ ଉଡ଼ୁଥିବା ପାଞ୍ଚଟି ଚାଇନିଜ ବେଲୁନ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ଗୋଟିଏ ଦ୍ୱୀପ ଅତିକ୍ରମ କରିଛି। ମନ୍ତ୍ରଣାଳୟ କହିଛି ଯେ ଗତ ମାସରେ ଏଭଳି ବେଲୁନ ଦେଖିଛି। ଏହାପୂର୍ବରୁ ଜାନୁଆରୀ ୧୩ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ମନ୍ତ୍ରଣାଳୟ ଧମକ ଦେଇଥିବା ଅଭିଯୋଗ ଆଣିଥିଲା। ଏଥିସହ ତାଇୱାନ ଚାଇନାକୁ ବେଲୁନ ସାହାଯ୍ୟରେ ଦ୍ୱୀପପୁଞ୍ଜ ଉପରେ ମାନସିକ ଯୁଦ୍ଧ ଚଳାଇଥିବା ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ତାଇୱାନ ଉପରେ ଚାଇନା ସର୍ବଦା ନିଜର ଅଧିକାର ଜାରି ରଖିଛି। ଚାଇନା ଦାବି କରିଛି ଯେ ତାଇୱାନ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦିନେ ଚାଇନା ସହିତ ଏହାର ମିଶ୍ରଣ ନିଶ୍ଚିତ। କିନ୍ତୁ ତାଇୱାନ ନିଜକୁ ଏକ ସ୍ବାଧୀନ ଦେଶ ଭାବେ ବିବେଚନା କରେ। ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ପ୍ରାୟତଃ ଯୁଦ୍ଧ ପରି ପରିସ୍ଥିତି ଉପୁଜେ। ତେବେ ଆଜିକାଲି ଟେନସନ ଟିକେ ବୃଦ୍ଧି ପାଇଛି। ତାଇୱାନରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚାଇନା ରାଗିଛି। ଏଭଳି ପରିସ୍ଥିତିରେ ତାଇୱାନ କହିଛି ଯେ ତାଇୱାନ ନିର୍ବାଚନରେ ଚାଇନା ହସ୍ତକ୍ଷେପ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri