କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି-ସଦସ୍ୟଙ୍କ ନିଲମ୍ବନ ଆଦେଶ ସ୍ଥଗିତ

କେନ୍ଦୁଝର/ହାଟଡିହୀ,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ପାଇଁ ଜାରି ହୋଇଥିବା ଆଦେଶ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ୩୧ ଅକ୍ଟୋବର ୨୦୨୫କୁ ଧାର୍ଯ୍ୟ ହୋଇଛି। ଏହି ସମୟ ମଧ୍ୟରେ ମାମଲା ସମ୍ପର୍କିତ ତଥ୍ୟ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ହୋଇଛି। କେସ୍‌ ନଂ ଡବ୍ଲ୍ୟୁପି(ସି)-୨୯୮୨୦/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୯୮୧୫/୨୦୨୫ ଅଟେ।

ସୂଚନା ଯୋଗ୍ୟ, ବ୍ୟାଙ୍କର ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ରାଜ୍ୟ ସମବାୟ ବିଭାଗ ତରଫରୁ ଗତ ୧୬ ସେପ୍ଟେମ୍ବର ୨୦୨୫ରେ ତଦନ୍ତ ହୋଇ ଗତ ୨୨ ସେପ୍ଟେମ୍ବର ୨୦୨୫ରେ ଜବାବ ଦାଖଲ ପାଇଁ ବ୍ୟାଙ୍କ ପରିଚାଳନା ସମିତିକୁ ନୋଟିସ୍‌ ଜାରି ହୋଇଥିଲା। ଏଥିସହ ଘଟଣାର ଶୁଣାଣି ପାଇଁ ଗତ ୧୪ ଅକ୍ଟୋବର ୨୦୨୫କୁ ଦିନ ଧାର୍ଯ୍ୟ ହୋଇଥିଲା। ପରଦିନ ଅର୍ଥାତ ଗତ ୧୫ ଅକ୍ଟୋବର ୨୦୨୫ରେ ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ(ଆରସିଏସ)ସିଦ୍ଧାର୍ଥ ଦାସ ନିଲମ୍ବନ ଆଦେଶ ଜାରି କରିଥିଲେ।
ଅପରପକ୍ଷେ ତଦନ୍ତ ରିପୋର୍ଟକୁ ବିରୋଧ କରି ଦେବପ୍ରିୟ ପାତ୍ର, ଗୋଲାପ ନାଇକ ଏବଂ ଅନ୍ୟମାନେ ଦୁଇଟି ଭିନ୍ନ ଭିନ୍ନ ମାମଲା ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଦାୟର କରିଥିଲେ। କେସ୍‌ ନଂ ଡବ୍ଲ୍ୟୁପି(ସି)-୨୯୦୦୭/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୮୯୭୨/୨୦୨୫ ଅଟେ। ଗତ ୧୪ ଅକ୍ଟୋବର ୨୦୨୫ରେ ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ମାନ୍ୟବର ହାଇକୋର୍ଟ ଗତ ୧୪ ଅକ୍ଟୋବର ୨୦୨୫ରେ ଜବାବ ଦାଖଲ ହୋଇ ନ ଥିଲେ ଆସନ୍ତା ୨୫ ଅକ୍ଟୋବର ୨୦୨୫ କିମ୍ବା ପୂର୍ବରୁ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଏଥିସହ ୧୫ ନଭେମ୍ବର ୨୦୨୫ କିମ୍ବା ପୂର୍ବରୁ ସମ୍ପୃକ୍ତ ଘଟଣା ଦିଗରେ ଆଇନଗତ ନିଷ୍ପତ୍ତି ନେବା ସହ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବାର ପରଦିନ ସମବାୟ ବିଭାଗ ନିଲମ୍ବନ ଆଦେଶ ଜାରି କରିଥିଲା। ଯାହାକୁ ନେଇ ପୁଣି ହାଇକୋର୍ଟଙ୍କଠାରେ ମାମଲା ଦାୟର ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri