କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତି ସଭାପତି-ସଦସ୍ୟଙ୍କ ନିଲମ୍ବନ ଆଦେଶ ସ୍ଥଗିତ

କେନ୍ଦୁଝର/ହାଟଡିହୀ,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ): କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଏବଂ ସମସ୍ତ ସଦସ୍ୟଙ୍କୁ ନିଲମ୍ବନ ପାଇଁ ଜାରି ହୋଇଥିବା ଆଦେଶ ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ୩୧ ଅକ୍ଟୋବର ୨୦୨୫କୁ ଧାର୍ଯ୍ୟ ହୋଇଛି। ଏହି ସମୟ ମଧ୍ୟରେ ମାମଲା ସମ୍ପର୍କିତ ତଥ୍ୟ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ହୋଇଛି। କେସ୍‌ ନଂ ଡବ୍ଲ୍ୟୁପି(ସି)-୨୯୮୨୦/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୯୮୧୫/୨୦୨୫ ଅଟେ।

ସୂଚନା ଯୋଗ୍ୟ, ବ୍ୟାଙ୍କର ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ରାଜ୍ୟ ସମବାୟ ବିଭାଗ ତରଫରୁ ଗତ ୧୬ ସେପ୍ଟେମ୍ବର ୨୦୨୫ରେ ତଦନ୍ତ ହୋଇ ଗତ ୨୨ ସେପ୍ଟେମ୍ବର ୨୦୨୫ରେ ଜବାବ ଦାଖଲ ପାଇଁ ବ୍ୟାଙ୍କ ପରିଚାଳନା ସମିତିକୁ ନୋଟିସ୍‌ ଜାରି ହୋଇଥିଲା। ଏଥିସହ ଘଟଣାର ଶୁଣାଣି ପାଇଁ ଗତ ୧୪ ଅକ୍ଟୋବର ୨୦୨୫କୁ ଦିନ ଧାର୍ଯ୍ୟ ହୋଇଥିଲା। ପରଦିନ ଅର୍ଥାତ ଗତ ୧୫ ଅକ୍ଟୋବର ୨୦୨୫ରେ ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ(ଆରସିଏସ)ସିଦ୍ଧାର୍ଥ ଦାସ ନିଲମ୍ବନ ଆଦେଶ ଜାରି କରିଥିଲେ।
ଅପରପକ୍ଷେ ତଦନ୍ତ ରିପୋର୍ଟକୁ ବିରୋଧ କରି ଦେବପ୍ରିୟ ପାତ୍ର, ଗୋଲାପ ନାଇକ ଏବଂ ଅନ୍ୟମାନେ ଦୁଇଟି ଭିନ୍ନ ଭିନ୍ନ ମାମଲା ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଦାୟର କରିଥିଲେ। କେସ୍‌ ନଂ ଡବ୍ଲ୍ୟୁପି(ସି)-୨୯୦୦୭/୨୦୨୫ ଏବଂ ଡବ୍ଲ୍ୟୁପି(ସି)-୨୮୯୭୨/୨୦୨୫ ଅଟେ। ଗତ ୧୪ ଅକ୍ଟୋବର ୨୦୨୫ରେ ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠରେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା। ମାନ୍ୟବର ହାଇକୋର୍ଟ ଗତ ୧୪ ଅକ୍ଟୋବର ୨୦୨୫ରେ ଜବାବ ଦାଖଲ ହୋଇ ନ ଥିଲେ ଆସନ୍ତା ୨୫ ଅକ୍ଟୋବର ୨୦୨୫ କିମ୍ବା ପୂର୍ବରୁ ଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଏଥିସହ ୧୫ ନଭେମ୍ବର ୨୦୨୫ କିମ୍ବା ପୂର୍ବରୁ ସମ୍ପୃକ୍ତ ଘଟଣା ଦିଗରେ ଆଇନଗତ ନିଷ୍ପତ୍ତି ନେବା ସହ ୧୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଜାରି ହେବାର ପରଦିନ ସମବାୟ ବିଭାଗ ନିଲମ୍ବନ ଆଦେଶ ଜାରି କରିଥିଲା। ଯାହାକୁ ନେଇ ପୁଣି ହାଇକୋର୍ଟଙ୍କଠାରେ ମାମଲା ଦାୟର ହୋଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri