ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଭାଜପା ଦିଗପହଣ୍ଡି ନଗର ସଭାନେତ୍ରୀ ଭାବେ ସୁଷମା ଗୌଡ଼ଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି। ଭାଜପା ଜିଲା ସଭାପତି ସରୋଜ ସାବତ ଏନେଇ ଘୋଷଣା କରିଛନ୍ତି। ପୂର୍ବରୁ ସୁଷମା ଦିଗପହଣ୍ଡି ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ପରେ ଭାଜପାର ବର୍ତ୍ତମାନ ଉପସଭାନେତ୍ରୀ ଭାବେ ଦାୟିତ୍ୱରେ ରହିଥିଲେ। ଏହି ଗୁରୁ ଦାୟିତ୍ୱ ମିଳିବା ପରେ ନବ ନିଯୁକ୍ତ ସଭାନେତ୍ରୀ ସୁଷମା ଭାଜପାରାଜ୍ୟ ସଭାପତି ମନମୋହନ ସାମଲ , ବ୍ରହ୍ମପୁର ଏମପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ , ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର , ଭଜପା ଜିଲା ସଭାପତି ସରୋଜ ସାବତ, ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


