ସାମ୍ନାକୁ ଆସିଲା ଦିଶା ସାଲିଆନଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଜଡ଼ିତ ଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି। ରିୟାଙ୍କୁ ମଧ୍ୟ ଏଜେନ୍ସିମାନେ ତାଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ୯ ଜୁନ୍‌ରେ ଦିଶା ସାଲିଆନ୍‌ ୧୪ ମହଲାରୁ ଖସିପଡ଼ିଥିଲେ। ଶନିବାର ଦିଶା ସାଲିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ସାଲିଆନ୍‌ଙ୍କ ଶେଷ ଭିଡିଓ। ଯେଉଁଥିରେ ସେ ତାଙ୍କ ବନ୍ଧୁ ଏବଂ ଭାବିସ୍ବାମୀ ରୋହନଙ୍କ ସହ ଖୁବ୍‌ ମଜାମସ୍ତି କରୁଥିବା ନଜର ଆସିଛନ୍ତି।


ଖବର ଅନୁଯାୟୀ, ଭିଡିଓଟି ଦିଶାଙ୍କ ମୃତ୍ୟୁର ୧ ଘଣ୍ଟା ପୂର୍ବରୁ। ଦିଶା ତାଙ୍କ ବନ୍ଧୁମାନଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହା ପୂର୍ବରୁ ଦିଶାଙ୍କ ମା’ ଏକ ସାକ୍ଷାତକାରରେ କହିଥିଲେ ଯେ, ମୃତ୍ୟୁ ଦିନ ସେ ନିଜ ସେ ତାଙ୍କ ପ୍ରେମିକଙ୍କ ସହ ଜଣେ ବାନ୍ଧବୀଙ୍କ ଘରକୁ ଯାଇଥିଲେ ଗେଟ୍‌ଟୁଗେଦର ପାଇଁ।
ତେବେ ପ୍ରଶ୍ନ ଉଠୁଛି ଏହି ଭିଡିଓ ଦିଶା ତାଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ୮ ଜୁନ୍‌ ରାତି ୧୧.୪୮ ମିନିଟ୍‌ରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦିଶା ଖୁବ୍‌ ଖୁସି ଜଣାପଡୁଛନ୍ତି। ସୋସିଆଲ ମିଡିଆରେ ଏବେ ପ୍ରଶ୍ନ ଉଠିଛି ଯଦି ଦିଶା ଏତେ ଖୁସି ଥିଲେ ତେବେ ଆତ୍ମହତ୍ୟା କଲେ କାହିଁକି?

ଜୁନ୍‌ ୮ରେ ମୁମ୍ବାଇର ଏକ ୧୪ ମହଲାରୁ ଖସି ଦିଶାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର ୫୭ ଦିନ ପରେ ମୁମ୍ବାଇ ପୋଲିସ ତାଙ୍କ ସହ ଜଡ଼ିତ ଲୋକଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି। ମାଲୱାନି ପୋଲିସ ଏକ ପ୍ରେସ ନୋଟ୍‌ ଜାରି କରି କହିଛି, ଯଦି ଦିଶାଙ୍କ ଆକସ୍ମିକ ମୃତ୍ୟୁ ସମ୍ପର୍କରେ କାହା ପାଖରେ ସୂଚନା ଅଛି, ତେବେ ସେମାନେ ଏହାକୁ ମାଲାଡର ମାଲୱାନି ପୋଲିସକୁ ଜଣାଇବା ଉଚିତ୍‌।

 


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri