ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା… 

ରାଉରକେଲା,୧୭।୧: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାରେ  ଗୁରୁତର ଥିବା ସୁଶାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ଘଟିଛି। ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ତେବେ ଗତ ଶନିବାର(୧୦ ତାରିଖ)ରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ ୯ ଆସନ ବିଶିଷ୍ଟ ଇଣ୍ଡିଆ ଓ୍ବାନ୍‌ ଏୟାର ବିମାନ ଅବତରଣ ସମୟରେ ରଘୁନାଥପାଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ଜଣ ଆହତ ହୋଥିଲେ। ସେମାନଙ୍କ ମଧ୍ୟରୁ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ରହିଥିଲା।

Dharitri – Odisha’s No.1 Odia Daily