Posted inଖେଳ

ଲୁଚି ଲୁଚି ଦୁଇଥର ହ୍ୟାଣ୍ଡସେକ କରିଛନ୍ତି ସୂର୍ଯ୍ୟକୁମାର, ବଡ ଦାବି କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୨୯।୯: ଏସିଆ କପ୍‌ ଫାଇନାଲରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ହରାଇ ଟି-୨୦ ଟାଇଟଲ ଜିତିଛି। କିନ୍ତୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଭାରତର ‘ହ୍ୟାଣ୍ଡସେକ୍‌ ନହେବା’ ନୀତିକୁ କ୍ରିକେଟ ଓ ଖେଳାଳି ମନୋଭାବ ପାଇଁ ‘ଅସମ୍ମାନଜନକ’ ବୋଲି କହିଛନ୍ତି। ସେ କହିଛନ୍ତି, ଏହା କ୍ରିକେଟକୁ ଅସମ୍ମାନ କରୁଛି ଓ ଯୁବ ପ୍ରଶଂସକଙ୍କ ପାଇଁ ଖରାପ ଉଦାହରଣ।

ଏଥିସହ ସଲମାନ ଦାବି କରିଛନ୍ତି ଯେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟୁର୍ନାମେଣ୍ଟ ଆରମ୍ଭରେ ବ୍ୟକ୍ତିଗତ ଭାବେ ତାଙ୍କ ସହ ଦୁଇଥର ହାତ ମିଳାଇଥିଲେ, କିନ୍ତୁ କ୍ୟାମେରା ସାମ୍ନାରେ ଏହା କରିନଥିଲେ। ସେ କହିଛନ୍ତି, “ସୂର୍ଯ୍ୟକୁମାର ନିଶ୍ଚିତ ନିର୍ଦ୍ଦେଶ ପାଳନ କରୁଛନ୍ତି, ନଚେତ୍‌ ସେ ହାତ ମିଳାଇଥାନ୍ତେ।”

ସେ ଏସିଆନ୍‌ କ୍ରିକେଟ କାଉନସିଲ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଟ୍ରଫି ନଦେବା ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ଭାରତ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟଙ୍କଠାରୁ ଟ୍ରଫି ନେବାକୁ ଚାହିଁନଥିଲେ। ଏହା କ୍ରିକେଟ ପାଇଁ ଖରାପ ଓ ଭବିଷ୍ୟତରେ ଏହା ବନ୍ଦ ହେବା ଉଚିତ ବୋଲି ସେ କହିଛନ୍ତି।

ସଲମାନ ଘୋଷଣା କରିଛନ୍ତି ଯେ ପାକିସ୍ତାନ ଦଳର ମ୍ୟାଚ ଫି’ ‘ଅପରେସନ ସିନ୍ଦୁର’ରେ ମୃତ ପର୍ଯ୍ୟଟକଙ୍କ ପରିବାରକୁ ଦାନ କରାଯିବ। ଏହି ଟୁର୍ନାମେଣ୍ଟ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କ ହତ୍ୟା ପରେ ହୋଇଥିବା ଭାରତର ‘ଅପରେସନ ସିନ୍ଦୁର’ ପୃଷ୍ଠଭୂମିରେ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri