Posted inଖେଳ

ପାଣ୍ଡ୍ୟାଙ୍କ ହାତରୁ ଅଧିନାୟକତ୍ୱ ଛଡ଼ାଇନେଲେ ଗମ୍ଭୀର, ଅଗରକରଙ୍କ ସହ ମିଶି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୧୩ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍‌ ଭାବେ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟି୨୦ ଟିମ୍‌ ଲାଗି ସେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ହେଲେ ସେ ହାର୍ଦ୍ଦିକ ପାଣ୍ଡ୍ୟା ନୁହନ୍ତି ବରଂ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବିଚାର କରୁଛନ୍ତି। ଉକ୍ତ କ୍ରିକେଟର କେବଳ ଶ୍ରୀଲଙ୍କା ସିରିଜ ନୁହେଁ ବରଂ ଦୀର୍ଘ ସମୟ ଯାଏ ଏହି ପଦରେ ରହିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏହି ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଣୁ ଏହି ଦାୟିତ୍ୱ ଏବେ କିଏ ତୁଲାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜିମ୍ବାଓ୍ବେ ସିରିଜରେ ଶୁଭମନ ଗିଲ ଅଧିନାୟକ ହୋଇଥିଲେ। ହେଲେ ସିରିଜରେ ବିଶ୍ୱ ଚାମ୍ପିଅନ ଟିମ୍‌ର ବରିଷ୍ଠ ଖେଲାଳି ନ ଥିଲେ। ଏବେ ଜୁଲାଇ ୨୭ରେ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ଋଷଭ ପନ୍ତଙ୍କ ଭଳି ଖେଳାଳି ଫେରିବେ। ଏଣୁ ହାର୍ଦ୍ଦିକଙ୍କୁ ନେତୃତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଥିଲା। କାରଣ ସେ ବିଶ୍ୱକପ୍‌ ସମୟରେ ଦଳର ଉପଅଧିନାୟକ ରହିବା ସହ ପୂର୍ବରୁ ଏକ ବର୍ଷ ଯାଏ ସେ ଏହି ଫର୍ମାଟରେ ଅଧିନାୟକ ରହିଥିଲେ।

ପିଟିଆଇ ରିପୋର୍ଟରେ ଦାବି କରାଯାଇଛି ଯେ କୋଚ୍‌ ଗମ୍ଭୀର କେବଳ ଏହି ସିରିଜ ନୁହେଁ ବରଂ ଦୀର୍ଘ ସମୟ ଧରି ଯୋଜନା ସହ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି। ୨୦୨୬ ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସେ ସ୍ଥିର ଅଧିନାୟକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସୂର୍ଯ୍ୟକୁମାରଙ୍କ ନାମରେ ସହମତି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଗମ୍ଭୀର ଆଲୋଚନା କରିଛନ୍ତି। ଉଭୟ ମଙ୍ଗଳବାର ଅପରାହ୍ନରେ ପାଣ୍ଡ୍ୟାଙ୍କ ସହ କଥା ହୋଇ ନିଷ୍ପତ୍ତି ଏବଂ ଯୋଜନା ବିଷୟରେ କହିଛନ୍ତି।

ତେବେ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୭ ମ୍ୟାଚ୍‌ରେ ଅଧିନାୟକ ହୋଇଥିଲେ। ଏଥିରେ ଦଳ ୫ ମ୍ୟାଚ୍‌ ଜିତିଥିବା ବେଳେ ୨ରେ ପରାଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri