Posted inଖେଳ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୫ ରନ୍‌ କରିଥିଲା। ୧୭୬ ରନ୍‌ର ଟାର୍ଗେଟ୍‌କୁ ପିଛାକରି ଦକ୍ଷିଣ ଆଫ୍ରିକା ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୭୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଦକ୍ଷିଣ ଆଫ୍ରିକା ପାଇଁ ସର୍ବନିମ୍ନ ସ୍କୋର। ବୋଲରଙ୍କ ଏଭଳି ଜବରଦସ୍ତ ପ୍ରଦର୍ଶନ ଯୋଗୁ ଏହି ଭେନ୍ୟୁରେ ୨୦୧୫ରେ ସମାନ ପ୍ରତିଦ୍ୱନ୍ଦ୍ୱୀ ଦଳଠାରୁ ମିଳିଥିବା ଶୋଚନୀୟ ପରାଜୟର ପ୍ରତିଶୋଧ ନେଇଛି ଭାରତ। ଉକ୍ତ ମ୍ୟାଚ୍‌ରେ ଭାରତୀୟ ଦଳ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

ଏହି ବିଜୟ ପରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ‘ଲକି’ ବୋଲି କହି ପ୍ରଶଂସା କରିଛନ୍ତି। ମ୍ୟାଚ ବିଜୟ ପରେ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ମ୍ୟାଚ ଦେଖି ବହୁତ ଆନନ୍ଦିତ ଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମ୍ୟାଚ ବହୁତ ଉତ୍କଣ୍ଠା ଭରା ଥିଲା ଏବଂ ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି। ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରିଛି।ସେ ବାରବାଟୀରେ ଉନ୍ନତ ମାନର ମ୍ୟାଚ ପରିଚାଳନା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA), ପ୍ରଶାସନିକ ଟିମ, ପୁଲିସ ପ୍ରଶାସନ ସମେତ ସାମିଲ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

ଆଗକୁ ଷ୍ଟାଡିୟମ୍‌ରେ ଦର୍ଶକ ବସିବା କ୍ଷମତା ବଢ଼ାଯିବା ଦିଗରେ ସରକାର ଯତ୍ନବାନ ଅଛନ୍ତି। OCA ର ଏ ସମ୍ପର୍କିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖକୁ ଆସିଛି ଏବଂ ଏହାକୁ ସରକାର ଗୁରୁତ୍ବର ସହିତ ନେଇ ଆବଶ୍ୟକ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ମ୍ୟାଚ ପରିଚାଳନାକୁ ଅଧିକ ଉନ୍ନତ କରିବା ପାଇଁ ସରକାର ତତ୍ପର ଅଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri