Posted inଖେଳ

ସୂର୍ଯ୍ୟକାନ୍ତଙ୍କୁ ୪ ଉଇକେଟ, ନିଶାନ୍ତଙ୍କ ଶତକ

ଭୁବନେଶ୍ୱର, ୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିନରେ ୫ ଉଇକେଟରେ ୩୦୬ ରନ୍‌ କରିଛି ହରିୟାଣା। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି ନିଶାନ୍ତ ସିନ୍ଧୁ ଅପରାଜିତ ୧୪୨ ରନ୍‌ କରିଛନ୍ତି। ଓଡ଼ିଶା ପକ୍ଷରୁ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୪ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଓଡ଼ିଶା ଏକାଧିକ ସିନିୟର ଖେଳାଳିଙ୍କୁ ବାଦ ଦେଇଥିଲା। ବିପ୍ଲବ ସାମନ୍ତରାୟ, ଦେବବ୍ରତ ପ୍ରଧାନ ଓ ରାଜେଶ ଧୂପରଙ୍କ ବିନା ଦଳ ପଡିଆକୁ ଓହ୍ଲାଇଥିଲା। ଟସ୍‌ ଜିତି ଶୁଭ୍ରାଶୁଂ ସେନାପତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ସୂର୍ଯ୍ୟକାନ୍ତଙ୍କୁ ୪ ଉଇକେଟ
ଓଡ଼ିଶା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଏହାର ଭରପୂର ଫାଇଦା ଉଠାଇଥିଲେ ସୂର୍ଯ୍ୟକାନ୍ତ। ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଓପନର ଅଙ୍କିତ କୁମାର(୨୩)ଙ୍କୁ ମ୍ୟାଚର ସପ୍ତମ ଓଭରରେ ସେ ପ୍ୟାଭିଲିୟନ୍‌ ପଠାଇଥିଲେ। ଅନ୍ୟତମ ଓପନର ଯୁବରାଜ ସିଂ(୨୫) ଓ ହିମାଂଶୁ ରାଣା(୨୩)ଙ୍କ ମଧ୍ୟରେ ଏକ ଭାଗୀଦାରି ହେଉଥିବା ସମୟରେ ଉଭୟଙ୍କୁ ଆଉଟ କରିଥିଲେ ସୂର୍ଯ୍ୟକାନ୍ତ। ପରବର୍ତ୍ତୀ ବ୍ୟାଟର ୟଶୁ ଶର୍ମାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରି ହରିୟାଣାକୁ ସଙ୍କଟରେ ପକାଇଥିଲେ ସୂର୍ଯ୍ୟକାନ୍ତ। ସୂର୍ଯ୍ୟକାନ୍ତ ଓଡ଼ିଶା ପାଇଁ ଏକ ଦୃଢ ମୂଳଦୂଆ ସ୍ଥାପନ କରିଥିଲେ ହେଁ ଅନ୍ୟ ବୋଲର ମାନେ ଏହାର ଫାଇଦା ଉଠାଇ ପାରିନଥିଲେ।
ନିଶାନ୍ତ-ରୋହିତଙ୍କ ଶତକୀୟ ଭାଗୀଦାରି
ହରିୟାଣା ୯୧ ରନରେ ୪ ଉଇକେଟ ହରାଇଥିବା ବେଳେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଲରାଉଣ୍ଡର ନିଶାନ୍ତ ସିନ୍ଧୁ ଓ ଉଇକେଟ କିପର ରୋହିତ ପ୍ରମୋଦ ଶର୍ମାଙ୍କ ଶତକୀୟ ଭାଗୀଦାରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ପଞ୍ଚମ ଉଇକେଟରେ ଉଭୟ ୪୬ ଓଭର ବ୍ୟାଟିଂ କରିବା ସହିତ ୧୫୫ ରନ୍‌ ଯୋଡିଥିଲେ। ସିନ୍ଧୁ ୨୦୯ ବଲର ସମ୍ମୁଖୀନ ହୋଇ ୨୧ ଚୌକା ଓ ଦୁଇ ଛକା ସହିତ ୧୪୨ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ୧୪୫ ବଲରୁ ୫୫ ରନ କରି ଗୋବିନ୍ଦ ପୋଦ୍ଦାରଙ୍କ ବଲରେ ବୋଲ୍ଡ ହୋଇଥିଲେ ରୋହିତ ପ୍ରମୋଦ। ତାଙ୍କ ଇନିଂସରେ ୭ ଚୌକା ସାମିଲ ଥିଲା।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନିଶାନ୍ତ ୧୪୨ ଓ ଜୟନ୍ତ ଯାଦବ ୨୮ ରନରେ ବ୍ୟାଟିଂ କରୁଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୪ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ହରିୟାଣା ପ୍ରଥମ ଇନିଂସ: ୯୦ ଓଭରରେ ୩୦୬/୫(ନିଶାନ୍ତ ସିନ୍ଧୁ-୧୪୨*, ରୋହିତ ପ୍ରମୋଦ- ୫୫, ଜୟନ୍ତ ଯାଦବ-୨୮*, ସୂର୍ଯ୍ୟକାନ୍ତ ପ୍ରଧାନ-୪/୬୮, ଗୋବିନ୍ଦ ପୋଦ୍ଦାର- ୧/୪୩।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri