ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆରମ୍ଭ, ଜାଣନ୍ତୁ ଯୋଗ୍ୟତା…

ଭୁବନେଶ୍ୱର,୨୫।୧: ପୂରଣ ହେବ ପକ୍କା ଘର ଆଶା, ବିକଶିତ ହେବ ଓଡ଼ିଶା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ବାଇକ୍‌, ଫ୍ରିଜ, ଲାଣ୍ଡଲାଇନ୍‌ ଫୋନ୍‌ ଥିବା ପରିବାର ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ସାମିଲ ହୋଇପାରିବେ।

ଗୃହ ମଞ୍ଜୁର ପାଇଁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୫,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। pmayg.nic.in/netiayHome/hom&&/rhodisha.gov.inରେ ଅଧିକ ବିବରଣୀ ଜାଣିପାରିବେ। ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୦୬୭୪-୬୮୧୭୭୭୭ରେ ଯୋଗାଯୋଗ କରିପାରିବେ। ନୂତନ ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ ଆବେଦନ ପାଇଁ ଜାଣନ୍ତୁ ଯୋଗ୍ୟତା…

-ଆବେଦନକାରୀ ୨୦୧୧ ଜନଗଣନାର ପରିଭାଷା ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳ ବାସିନ୍ଦା ହୋଇଥିବା ଆବଶ୍ୟକ।

-ବାଇକ, ଫ୍ରିଜ ଓ ଲାଣ୍ଡ ଲାଇନ ଫୋନ ଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ।

-ଗୃହ ମଞ୍ଜୁର ପାଇଁ ପରିବାରର ମାସିକ ଆୟ ସୀମା ସର୍ବାଧୁକ ୧୫,୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି।

-ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ଘର ଆବଣ୍ଟନକୁ ଅପେକ୍ଷା କରିଛନ୍ତି. ସେମାନେ ପୁନର୍ବାର ଆବେଦନ କରିପାରିବେ।

– ସ୍ବାମୀଠାରୁ ଅଲଗା ହୋଇଥିବା ମହିଳା ବି ଆବେଦନ କରିପାରିବେ।

-ବାପାଠାରୁ ଅଲଗା ହୋଇଥିବା ପୁଅ ବି ଆବେଦନ କରିପାରିବେ।

Share