ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି ମାପଚୁପ । ଫାର୍ମହାଉସଟି ସରକାରୀ ଜମିକୁ ଆବଶ୍ୟକତାଠୁ ଅଧିକ ଜବରଦଖଲ କରିଥିବା ଅଭିଯୋଗ ପରେ ଧର୍ମଶାଳା ତହସିଲ ପକ୍ଷରୁ ଏକ ନୋଟିସ ପ୍ରଦାନ କରାଯାଇଥିଲା।

ଆଜି ଅର୍ଥାତ୍ ମଙ୍ଗଳବାର ଧର୍ମଶାଳା ତହସିଲ ପକ୍ଷରୁ ମାପଚୁପ ଆରମ୍ଭ ହୋଇଛି । ଏହି ଫାର୍ମ ହାଉସ ଖାତା ନଂ ୩୩୬ ପ୍ଲଟ ନମ୍ବର ୧୧୧୮ରେ ରହିଛି। କିନ୍ତୁ ଏହା ଆବଶ୍ୟକତାଠୁ ଅଧିକ ସରକାରୀ ଜମି କୁ ଜବରଦଖଲ କରି ନେଇ ସେଠାରେ ପାଚେରୀ ବୁଲାଇ କବଜା କରି ନେଇ ଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ଧର୍ମଶାଳା ତହସିଲ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।

 

Dharitri – Odisha’s No.1 Odia Daily

Share