୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍‌ପି ପି.ଏସ୍‌ ମୀନାଙ୍କ ଉପସ୍ଥିତିରେ ଶୁକ୍ରବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଗାଙ୍ଗଲୁର ଥାନା ପର୍ନଲ ଗ୍ରାମର ଅମିଲା ଓରଫ ପାରୋ ଓରଫ୍‌ ପୂଜା ତାଟି(୩୫) ଏବଂ ଛତିଶଗଡ଼ ରାଜ୍ୟ ସୁକୁମା ଜିଲା ଜଗରଗୋଣ୍ଡା ଥାନା ତୋଲଡ ଗ୍ରାମର ରଘୁ ଓରଫ ସଇତୁ ପଦମ(୩୧)। ଉଭୟେ ସିପିଆଇ(ମାଓବାଦୀ)ର ବଲାଙ୍ଗୀର-ବରଗଡ଼-ମହାସମୁଦ (ବିବିଏମ) ଡିଭିଜନର ଅଟନ୍ତି । ଅମିଲା ଡିଭିଜନ କମିଟି ମେମ୍ବର(ଡିସିଏମ୍‌) ଏବଂ ରଘୁ ଏରିଆ କମିଟି ମେମ୍ବର(ଏସିଏମ୍‌) ପଦବୀରେ ଥିଲେ। ସେହିପରି ଅମିଲା ଉକ୍ତ ଡିଭିଜନର ବରଗଡ଼ ଜିଲା ଏବଂ ରଘୁ ବଲାଙ୍ଗୀର ଜିଲା ଲୋକାଲ ଅର୍ଗାନାଇଜିଂ ସ୍କ୍ବାଡ୍‌ (ଏଲ୍‌ଓଏସ୍‌)ର ପ୍ଲାଟୁନ କମାଣ୍ଡର ଦାୟିତ୍ୱରେ ଥିଲେ ବୋଲି ଶୁକ୍ରବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଲାଲ୍‌ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ଅପରେଶନ କରି ମାଓବାଦୀ କ୍ୟାମ୍ପ ଠାବ କରିଛି। ସେଠାରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ସେଥିମଧ୍ୟରେ ଏକେ-୪୭ର ୧୫ ଅଫୁଟା ଗୁଳି, ୨ଟି ୯ଏମ୍‌ଏମ୍‌ ପିସ୍ତଲ, ୫ଟି ୯ଏମ୍‌ଏମ୍‌ ପିସ୍ତଲର ଗୁଳି, ଗୋଟିଏ ଇନସାସ୍‌ ମାଗାଜିନ, ମାଓବାଦୀ ପୁସ୍ତିକା, ୱାକିଟକି, କ୍ୟାମେରା, ମାଓବାଦୀ ପୋଷାକ, ଷ୍ଟିଲ ଟିଫିନ, ରେଡିଓ ସେଟ୍‌ ଆଦି ରହିଛି।
ଆଇଜି ଲାଲ ଆହୁରି ସୂଚନା ଦେଇଥିଲେ, ଗତ ୨ମାସ ହେଲା ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ପୋଲିସ, ଫୋର୍ସ ପକ୍ଷରୁ କୋମ୍ବିଂ ଅପରେଶନକୁ ଜୋରଦାର୍‌ କରାଯାଉଛି। ଅପରେଶନ ବେଳେ ଗୁଳି ବିନିମୟ ମଧ୍ୟ ହେଉଛି। ପୋଲିସ କୋମ୍ବିଂକୁ ଜୋରଦାର୍‌ କରିଥିବାବେଳେ ଅମିଲା ଏବଂ ରଘୁ ଆତ୍ମସମର୍ପଣ କରିଥିବା ସେ କହିଛନ୍ତି। ଆତ୍ମସମର୍ପଣ କରିଥିବା ୨ ମାଓବାଦୀଙ୍କୁ ପୋଲିସ ପକ୍ଷରୁ ଆଇଜି ଲାଲ୍‌ ଏବଂ ଏସ୍‌ପି ମୀନା ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ସେମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଏବଂ ଥଇଥାନ ନୀତି ମୁତାବକ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ଆଇଜି କହିଛନ୍ତି। ଅନୁରୂପ ଭାବେ ଅନ୍ୟ ମାଓବାଦୀମାନେ ମଧ୍ୟ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆଇଜି ଲାଲ ଆହ୍ବାନ ଦେଇଛନ୍ତି। ମାଓବାଦୀ ସଙ୍ଗଠନରେ ରହି ସେମାନେ ପଶ୍ଚାତାପ କରିଥିଲେ ଏବଂ ଶେଷରେ ଆତ୍ମସମର୍ପଣ କରିଛନ୍ତି ବୋଲି ଆଇଜି ଲାଲ ସୂଚନା ଦେଇଛନ୍ତି। ସେହିପରି ଆତ୍ମସମର୍ପଣ କରିଥିବା ମାଓବାଦୀ ଅମିଲା ଏବଂ ରଘୁ ଖବରଦାତା ସମ୍ମିଳନୀରେ ଉପସ୍ଥିତ ରହି କହିଥିଲେ, ସମାଜର ଗରିବ ଏବଂ ନିଷ୍ପେଷିତ ଲୋକଙ୍କ ପାଇଁ କାମ କରିବା ବଦଳରେ ମାଓବାଦୀ ସଙ୍ଗଠନ ସାଧାରଣ ଜନତା, ଯବାନଙ୍କୁ ଆକ୍ରମଣ, ବଟି ଆଦାୟ ଭଳି କାମରେ ସେମାନଙ୍କୁ ଲଗାଉଥିଲା। ଏପରିକି ସଙ୍ଗଠନ ମଧ୍ୟରେ ଭେଦଭାବ ସୃଷ୍ଟି ସହିତ ନିର୍ଯାତନା ଦିଆଯାଉଥିଲା। ଫଳରେ ପଶ୍ଚାତାପ କରି ସେମାନେ ଆତ୍ମସମର୍ପଣ କରିଥିବା କହିଥିଲେ। ସେମାନଙ୍କ ଭଳି ଅନ୍ୟ ମାଓବାଦୀମାନେ ମଧ୍ୟ ସେମାନଙ୍କ ପଥ ଅନୁସରଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅମିଲା ଏବଂ ରଘୁ ସାଥୀ ମାଓବାଦୀଙ୍କୁ ବାର୍ତ୍ତା ଦେଇଛନ୍ତି।
ସୂଚନାଯୋଗ୍ୟ, ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ଅନେକ ହିଂସାରେ ଲିପ୍ତ ଥିଲେ ବୋଲି ଏସ୍‌ପି ମୀନା ସୂଚନା ଦେଇଛନ୍ତି। ଅମିଲା ବରଗଡ଼ ଜିଲାରେ ଘଟିଥିବା ୩୫ ମାଓବାଦୀ ହିଂସା ଏବଂ ରଘୁ ୮ ମାଓବାଦୀ ହିଂସାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ୨୦୦୮ରେ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲାରେ ମାଓବାଦୀ ସଙ୍ଗଠନର ସଭ୍ୟ ଭାବେ ଯୋଗ ଦେଇଥିବା ଅମିଲା ୨୦୧୦ରେ ବଲାଙ୍ଗୀର-ବରଗଡ଼-ମହାସମୁଦ(ବିବିଏମ) ଡିଭିଜନର ଲୋକାଲ ଅର୍ଗାନାଇଜିଂ ସ୍କ୍ବାଡ୍‌ (ଏଲଓଏସ୍‌)କୁ ବଦଳି ହୋଇଥିଲେ। ସେହିଦିନଠାରୁ ସେ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ଏସିଏମ୍‌ ଭାବେ ସକ୍ରିୟ ଥିଲେ ଏବଂ ମାଓବାଦୀ ସଙ୍ଗଠନ ବିସ୍ତାର ପାଇଁ କାର୍ଯ୍ୟ କରିଆସୁଥିଲେ। ସେହିପରି ରଘୁ ୨୦୦୯ରେ ସୁକୁମା ଜିଲାରେ ମାଓବାଦୀ ସଙ୍ଗଠନ ସଭ୍ୟ ଭାବେ ଯୋଗଦାନ କରିଥିଲେ ଏବଂ ୨୦୧୨ରୁ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ରହି ବରଗଡ଼, ବଲାଙ୍ଗୀର ଜିଲାରେ ମାଓବାଦୀ ସଙ୍ଗଠନ ବୃଦ୍ଧି ପାଇଁ କାର୍ଯ୍ୟ କରୁଥିଲେ। ଅମିଲାଙ୍କୁ ଧରାଇବା ପାଇଁ ୪ଲକ୍ଷ ଏବଂ ରଘୁଙ୍କୁ ଧରାଇବା ଲାଗି ୩ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ଉଭୟ ହାର୍ଡକୋର ମାଓବାଦୀ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ସଂଘଟିତ ଅନେକ ମାଓବାଦୀ ହିଂସାରେ ସମ୍ପୃକ୍ତ ଥିଲେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?