ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା ସହ ସ୍ବଚ୍ଛତା ବଜାୟ ରହିବ, ସେନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତଥା ଜିଲାପାଳ ଭି ର୍କିତ୍ତି ୱାସନ ଆଗେଇ ଆସିଥିବା ସହ ପର୍ଯ୍ୟଟକ ମାନଙ୍କ ଉଦେଶ୍ୟରେ ଗତ ଦୁଇଦିନ ପୁର୍ବେ ଚିଠି ମାଧ୍ୟମରେ ବାର୍ତ୍ତା ଜାରି କରିଥିଲେ । ବାର୍ତ୍ତା ଜାରି କରିବାର କିଛି ଦିନ ପରେ ଶନିବାର ଜିଲାପାଳ ୱାସନ ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ନିଜ ସହ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କୁ ନେଇ ପହଞ୍ଚି ପ୍ରଥମେ ଦେଓମାଳିର ଦ୍ୱିତୀୟ ଟାୱାର୍‌ ପଏଣ୍ଡରେ ପହଞ୍ଚି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ପରିବେଶ ସ୍ବଚ୍ଛତା ଉପରେ ତଦାରଖ କରିଥିଲେ । ଏହି ସମୟରେ ଉକ୍ତ ସ୍ଥାନରେ କିଛି ସ୍ଥାନୀୟ ଚାଷୀ ନିଜ ଜମିରେ ଚାଷ କରିଥିବା ଷ୍ଟବେରୀକୁ ବିକ୍ରି କରୁଥିବା ଦେଖି ଜିଲାପାଳ ୱାସନ ବିକ୍ରି କରୁଥିବା ଚାଷୀଙ୍କ ସହ ଆଲୋଚନା କରି ଷ୍ଟବେରୀ ବିକ୍ରି କରି କିପରି ଲାଭବାନ ହେଉଛ ବୋଲି ପଚାରି ବୁଝିଥିଲେ । ଏହାପରେ ଉକ୍ତ ସ୍ଥାନରୁ ବାହାରି ତୃତୀୟ ଟାୱାରରେ ହୋଇଥିବା ଜଙ୍ଗଲ ବିଭାଗର କଟେଜ ପରିଦର୍ଶନ କରି ସେଠାରେ ମଧ୍ୟ ପରିବେଶ ସୁରକ୍ଷା ଓ ସ୍ବଚ୍ଛତା ଉପରେ ଅନୁଧ୍ୟାନ କରିଥିଲେ । ଏହି ସମୟରେ ଉପସ୍ଥିତ ରହିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ସୁରକ୍ଷା ଦେବା ଏବଂ ଏହାର ସ୍ବଚ୍ଛତା ବଜାୟ ରଖିବା ଖାଲି ଜିଲା ପ୍ରଶାସନ ର ଦାୟିତ୍ୱ ନୁହେଁ ବୋଲି କହିଥିଲେ। ଏହା ପର୍ଯ୍ୟଟକ ମାନଙ୍କର ମଧ୍ୟ ଦାୟିତ୍ୱ ବୋଲି ପ୍ରକାଶ କରିବା ସହ ଆସୁଥିବା ପର୍ଯ୍ୟଟକମାନେ ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଉକ୍ତ କଟେଜ ପରିସରରେ ପୋଲିସ ବିଭାଗ ପାଇଁ ନିର୍ମାଣ ହୋଇଥିବା ନୂତନ
ବିଟ ହାଉସକୁ ପରିଦର୍ଶନ କରି ତଦାରଖ କରି ଉକ୍ତ ପର୍ଯ୍ୟଟନ ସ୍ଥଳୀରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରି ଉପସ୍ଥିତ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକୃଷ୍ଣା ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ସହ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ଯେପରି ସ୍ବଚ୍ଛ ରହିବ ସେନେଇ
କଡାକଡି ଦୃଷ୍ଟି ରଖିବା ସହ ସମୟ ସମୟରେ ଗସ୍ତ କରି ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଜିଲାପାଳ ୱାସନଙ୍କ ସହ ଉପସ୍ଥିତ ରହିଥିବା ଆରକ୍ଷୀ ଅଧିକ୍ଷକ ବର୍ମା ଉପସ୍ଥିତ ସୁନାବେଡା ଏସଡିପିଓ ସୁମିତ୍ରା ଜେନାଙ୍କୁ ପର୍ଯ୍ୟଟନ ସ୍ଥଳୀ ଯେପରି ସୁରକ୍ଷିତ ରହିବ ସେନେଇ ରହିଥିବା ପୋଲିସ କର୍ମଚାରୀ ଓ ଅଧିକାରୀ ଙ୍କୁ ଦାୟିତ୍ୱ ପ୍ରଦାନ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସବୁଠାରୁ ବଡ କଥା ହେଲା ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଦୁଇ ଅଧିକାରୀଙ୍କ ଏହିପରି ଅଚାନକ ଗସ୍ତ ଭିତରେ ବିଧାୟକ ତଥା ବିଧାନସଭା ସିଏଲପି ଲିଡର ରାମଚନ୍ଦ୍ର କାଡାମ ମଧ୍ୟ ଅଚାନକ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚିଥିଲେ। ସ୍ବଚ୍ଛତା ଉପରେ ତଦାରଖ କରି ପର୍ଯ୍ୟଟନର ସୁରକ୍ଷା ଏବଂ ସ୍ବଚ୍ଛତା ପାଇଁ କୋରାପୁଟ ଜିଲାପାଳ ନେଇଥିବା ପଦକ୍ଷେପ ଅନେକ ସ୍ବାଗତ ଯୋଗ୍ୟ ବୋଲି ସେ କହିଥିଲେ। ଏହାସହ ଆମେ ସମସ୍ତେ ଏବଂ ସମସ୍ତ ପର୍ଯ୍ୟଟକମାନେ ଜିଲା ପ୍ରଶାସନର ପଦକ୍ଷେପକୁ ଅନୁସରଣ କରିବା ଉଚିତ ଓ ଏ ନେଇ ସଚେତନ ହେବା ଆବଶ୍ୟକ। ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ବୋଲି ସେ ପ୍ରକାଶ କରିଥିଲେ । ଏହି ସମୟରେ ଜିଲା ଜଙ୍ଗଲ ବିଭାଗର ଡିଏଫଓ କେ ଭି ରାଓଙ୍କ ସମେତ ବିଭାଗର ଅନ୍ୟ କର୍ମଚାରୀ ଏବଂ ବ୍ଲକର ଏପିଓ ସୌମେନ୍ଦ୍ର ନାୟକ , କୋଟିଆ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ତରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମାତାପିତାଙ୍କୁ ଅବହେଳା କଲେ ଦରମାରୁ କଟିବ ୧୦ ହଜାର

ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri