ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଏମିତି  କହିଦେଲେ ସୁରେଶ, ଜାଣନ୍ତୁ ପୁରାଘଟଣା 

ଭୁବନେଶ୍ୱର,୧୬।୫: ଆସନ୍ତା ମାସରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ରାଜ୍ୟରେ ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓଡ଼ିଶା ଆସିପାରନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବର୍ଷ ପୂର୍ତ୍ତିକୁ ଉତ୍ସବ ବଦଳରେ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ରାଜ୍ୟ ସରକାର ପାଳନ କରିବେ। ଜୁନ ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ରିପୋର୍ଟ କାର୍ଡ ଧରି ରାଜ୍ୟର ଏକ କୋଟି ପରିବାରଙ୍କ ପାଖରେ ସରକାର ପହଞ୍ଚିବେ । ୨୦୨୪ ନିର୍ବାଚନ  ବେଳେ ଭାଜପା  ଦେଇଥିବା ୨୧ଟି ପ୍ରତିଶ୍ରୁତିରୁ ବର୍ଷକ ମଧ୍ୟରେ ୧୧ଟି ପୂରଣ ସରିଲାଣି । ଆଗାମୀ ଏକ ବର୍ଷ ମଧ୍ୟରେ ବଳକା ୧୦ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀପୂଜାରୀ କହିଛନ୍ତି ।

Share