ମହୁଆଙ୍କୁ ଏତେବଡ଼ କଥା କହିଦେଲେ ସୁରେଶ ପୂଜାରୀ, ବାହାଘର ମାସେ ପୂରିନି…

ଭୁବନେଶ୍ୱର, ୧୧।୭: ତୃଣମୂଳ କଂଗ୍ରେସ (TMC) ଏମପି ମହୁଆ ମୋଇତ୍ରାଙ୍କ ଏକ ମନ୍ତବ୍ୟକୁ ନେଇ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତୀବ୍ର ସମାଲୋଚନା କରିଛନ୍ତି। ପୂଜାରୀ କହିଛନ୍ତି ଯେ, ମହୁଆ ତାଙ୍କ ମନ୍ତବ୍ୟରେ କ’ଣ କହୁଛନ୍ତି ତାହା ନିଜେ ବୁଝି ପାରୁନାହାନ୍ତି। “ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶ୍ବଶୁର ଘରକୁ ଧମକ ଦେଉଛନ୍ତି।”

ସୂଚନା ଅନୁଯାୟୀ, ମହୁଆ ଏହି ମନ୍ତବ୍ୟ ଓଡ଼ିଶାରେ ବିବାଦ ସୃଷ୍ଟି କରିଛି, ଯାହାକୁ ନେଇ ରାଜସ୍ବ ମନ୍ତ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି। ପୂଜାରୀ ଆହୁରି କହିଛନ୍ତି ଯେ, ମହୁଆ ପୂର୍ବରୁ ଲୋକ ସଭାରୁ ବିତାଡ଼ିତ ହୋଇଥିଲେ, ଏବଂ ଏବେ ସେ ଓଡ଼ିଶାକୁ ଧମକ ଦେବାର ଚେଷ୍ଟା କରୁଛନ୍ତି। ଓଡ଼ିଶା ପରିବର୍ତ୍ତେ ବେଙ୍ଗଲ ପ୍ରତି ଦୃଷ୍ଟି ଦିଅନ୍ତୁ। ପଶ୍ଚିମବଙ୍ଗ ବାଂଲାଦେଶୀଙ୍କୁ ଭୋଟ ବୃଦ୍ଧି ପାଇଁ ଆଣୁଛି। ଓଡ଼ିଶାକୁ ବେଙ୍ଗଲ ହେବାକୁ ଦିଆଯିବ ନାହିଁ।

Share