ସୁରେଶ ଚୌଧୁରୀ ବ୍ଲକ କଂଗ୍ରେସ ସଭାପତି, ପିସିସି ସଭାପତିଙ୍କୁ ଧନ୍ୟବାଦ…

କର୍ଲାମୁଣ୍ଡା,୧୮/୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ସୁରେଶ ଚୌଧୁରୀ ପୁନର୍ବାର ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ ଖ ଜୋନ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଗତ ଜିଲ୍ଲା ପରିଷଦ ନିର୍ବାଚନରେ କଳାହାଣ୍ଡି ଜିଲାରେ ସେ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ ।

ସୁରେଶ ଚୌଧୁରୀ ଏଥିପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ନେଇ ଦଳ କୁ ସୁଦୃଢ କରିବି ବୋଲି ପ୍ରକାଶ କରିଛନ୍ତି । ସେହିପରି ବରିଷ୍ଠ ନେତା ରାଜକିଶୋର ମିଶ୍ର ଜିଲ୍ଲା ଉପସଭାପତି ଓ ଗୋବର୍ଦ୍ଧନ କୁମାର ଜିଲା ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି  ।

 

Dharitri – Odisha’s No.1 Odia Daily