ପାଟଣା,୨୪ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଶୁକ୍ରବାର ପାଟଣା ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳାକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତାଭାବେ ସାମାଜିକକର୍ମୀ ଅଜୟ କୁମାର ଦାଶ, ସମ୍ମାନିତ ଅତିଥିଭାବେ ପାଟଣା ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକ, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି କମଳାକାନ୍ତ ଦାଶ, ପୂର୍ବତନ ପାଟଣା ବ୍ଲକ୍ ଅଧ୍ୟକ୍ଷା ଇଂ. ବିଦ୍ୟାଧର ଦାଶ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଛିଦାନନ୍ଦ ସେଠୀ ପ୍ରମୁଖ ଯୋଗଦେଇ ସୁରଭି ଶିଶୁଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ସହାୟ ହୁଏ ବୋଲି କହିଥିଲେ। କୃତୀ ପ୍ରତିଭାଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ପାଟଣା ବ୍ଲକ୍ର ବିଭିନ୍ନ ବିଦ୍ୟାଳୟର ୨୬୦ ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସିଆରସିସି ଜ୍ୟୋର୍ତିମୟ ତ୍ରିପାଠୀ, ଶିକ୍ଷକନେତା ସନ୍ତୋଷ କୁମାର ନାଏକ, ପ୍ରମୋଦ ମହାନ୍ତ, ବୀର ମୋହନ ଦ୍ବିବେଦୀ, ବିଭୀଷଣ ଦଳ ଦସିଆ, କୃପାସିନ୍ଧୁ ସାହୁ ପ୍ରମୁଖ ପରିଚାଳନା କରିଥିଲେ।


