ବଡ଼ ସଙ୍କେତ ଦେଲେ ସୁର: ଆମ ପାଖରେ ପଇସା ଅଛି, ଜଟଣୀରୁ ନିର୍ବାଚନ…

ଭୁବନେଶ୍ବର,୯।୨: ପୁଣି ନିର୍ବାଚନ ଲଢ଼ିବେ ସୁର ରାଉତରାୟ । ଏନେଇ ଆଜି ସେ ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ ଘୋଷଣା କରିଛନ୍ତି । ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ଲଢ଼ିବି ବୋଲି ସେ କହିଛନ୍ତି ।

୨୦୨୪ ନିର୍ବାଚନରେ ଜଟଣୀରୁ ହାରିଥିଲା କଂଗ୍ରେସ । ତେବେ ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରୁ ହାରିଥିଲା ବୋଲି ସୁର କହିଛନ୍ତି । ଏଥର ଲୋକ ଚାହିଁଲେ ପୁଣି ନିର୍ବାଚନ ଲଢିବି, ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ ବୋଲି ସେ କହିଛନ୍ତି ।

ସୁର ରାଉତରାୟ କହିଛନ୍ତି ଯେ, ଆମ ପାଖରେ ଶକ୍ତି, ସଂଗଠନ ଏବଂ ପଇସା ଅଛି । ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି । ପୁଣିଥରେ ଏଥର ଜଟଣୀରେ କଂଗ୍ରେସ ଆସିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କହିରଖୁଛୁ କି, କଂଗ୍ରେସ ବିଧାୟକ ସୁର ରାଉତରାୟ ୨୦୨୪ ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ । ସେ କହିଥିଲେ, ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ । ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ । ମୋର ଦୁଇ ପୁଅ କଂଗ୍ରେସରୁ ହିଁ ନିର୍ବାଚନ ଲଢ଼ିବେ ବୋଲି ସୁର କହିଥିଲେ ।

 

Dharitri – Odisha’s No.1 Odia Daily

Share